‘ସ’ ମକର

ସେଦିନ ସକାଳୁ ନିଜ ରୁମ ସଫା କରିବା ଆରମ୍ଭ କଲା ଶିଖା | ନୂଆ ସହରକୁ ଶିଫ୍ଟ ହବାର ସମୟ ପାଖେଇ ଆସୁଛି | ଘରେ ଏବେ ବହୁତ କାମ | ଜିନିଷ ସବୁ ପ୍ୟାକ ହବ | ଭଙ୍ଗା ଜିନିଷ ଫୋପଡ଼ା ହବ | ଯେତେ କାମ ସାରିଲେ ବି ନୂଆ କାମ ବଢି ଚାଲିଛି | ନିଜ ଆଲମାରୀ ଖୋଲିଲା ଶିଖା | ଆଲମାରୀରେ ଏତେ ଜିନିଷ ଯେ ଫାଟିବ ଫାଟିବ ହଉଚି | […]

କର୍ମ ଏବଂ ପୁନର୍ଜନ୍ମ: ଏକ ବିଶ୍ଳେଷଣ

କର୍ମ ଓ ପୁନର୍ଜନ୍ମର ସଂକଳ୍ପନା ହିନ୍ଦୁଧର୍ମ, ବୋୖଦ୍ଧଧର୍ମ, ଜୈନଧର୍ମ, ଶିଖଧର୍ମ ଇତ୍ୟାଦି ଏସୀୟ ଧର୍ମମାନଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ | କିନ୍ତୁ ଅନେକ ଧର୍ମ ଯେମିତିକି ଇସଲାମ ଓ ଖ୍ରୀଷ୍ଟଧର୍ମ ପୁନର୍ଜନ୍ମରେ ବିଶ୍ୱାସ ରଖେନି ଯଦିଓ କର୍ମ ଓ କର୍ମଫଳ ଉପରେ ତାଙ୍କର ବିଶ୍ୱାସ ଅଛି | ୟା ପଛରେ ନିହିତ ଥିବା କାରଣ ସମ୍ପର୍କରେ ଆଧ୍ୟାତ୍ମିକ ଗୁରୁ ଓଶୋ କୁହନ୍ତି ପୁନର୍ଜନ୍ମ ଉପରେ ବିଶ୍ୱାସ ହିନ୍ଦୁଧର୍ମାବଲମ୍ବୀଙ୍କ ଜୀବନକୁ ଧୀରେ ଧୀରେ ଆଳସ୍ୟମୟ କରିବାରେ ଲାଗିଲା […]

ମାତୃତ୍ଵ- ଏକ ଭାବନା, ଏକ ଅନୁଭୂତି

କିଛିଦିନ ତଳେ ମୋ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଖାତା ଦେଖା ଚାଲିଥିଲା। ନିଜ ନିଜ ଶ୍ରେଣୀର ପରୀକ୍ଷା ଖାତାର ମୂଲ୍ୟାଙ୍କନ ସରିବାପରେ ତାକୁ ନେଇ ପରୀକ୍ଷା ବିଭାଗରେ ଜମା ଦେବାର ଦାୟିତ୍ୱ ଥିଲା ଶ୍ରେଣୀ ଅଧ୍ୟାପକ ଆଉ ଅଧ୍ୟାପିକାଙ୍କ ଉପରେ। ଆମେ ସମସ୍ତେ ନିଜ ନିଜ ଶ୍ରେଣୀର ଉତ୍ତର ଖାତାଗୁଡିକ ନେଇ ଜମା ଦେଲୁ ପରୀକ୍ଷା ବିଭାଗରେ। କିନ୍ତୁ ହଠାତ୍ ଗୋଟିଏ ଶ୍ରେଣୀର ଖାତା ଗୁଡିକର ହିସାବ ସେଠି ମିଳିଲା ନାହିଁ। ସେ ଶ୍ରେଣୀ ଦାୟିତ୍ୱରେ ଥିବା ଅଧ୍ୟାପିକା […]

ଲୋକେ ବୋଲିବେ କଣ

ବିବାହ ଏକ ପବିତ୍ର ଅନୁଷ୍ଠାନ | କୁହନ୍ତି ଵିଵାହଟିଏ ସମ୍ପନ୍ନ ହେଲେ ସାତ ପୁରୁଷ ବନ୍ଧୁ ବାନ୍ଧନ୍ତି ଆଉ ଦୁଇଟି ଆତ୍ମା ପରସ୍ପରର ହେଇଯାନ୍ତି ସାତ ଜନ୍ମପାଇଁ | ପୁରୁଣା କାଳରେ ବାହାଘର ହେଲେ ଗାଁ ଲୋକଙ୍କୁ ଭୋଜି ଦେବା ନଜିର ଅଛି | ଖାଇପିଇ ନବବିବାହିତଙ୍କୁ ଆଶୀର୍ବାଦ କରି ଫେରିଯାଉଥିଲେ ସେମାନେ | ତେବେ ସମୟ କ୍ରମେ ଆମ ବିବାହ ପଦ୍ଧତ୍ତିରେ ବିଭିନ୍ନ ପରିବର୍ତ୍ତନ ଆସିଛି | ଆସିବା କଥା ମଧ୍ୟ | ବିନା ପରିବର୍ତ୍ତନରେ […]