‘ସ’ ମକର

ସେଦିନ ସକାଳୁ ନିଜ ରୁମ ସଫା କରିବା ଆରମ୍ଭ କଲା ଶିଖା | ନୂଆ ସହରକୁ ଶିଫ୍ଟ ହବାର ସମୟ ପାଖେଇ ଆସୁଛି | ଘରେ ଏବେ ବହୁତ କାମ | ଜିନିଷ ସବୁ ପ୍ୟାକ ହବ | ଭଙ୍ଗା ଜିନିଷ ଫୋପଡ଼ା ହବ | ଯେତେ କାମ ସାରିଲେ ବି ନୂଆ କାମ ବଢି ଚାଲିଛି | ନିଜ ଆଲମାରୀ ଖୋଲିଲା ଶିଖା | ଆଲମାରୀରେ ଏତେ ଜିନିଷ ଯେ ଫାଟିବ ଫାଟିବ ହଉଚି | […]

ପାୱାର୍ କଟ୍

ବାଙ୍ଗାଲୋରରେ ସେଦିନ ପାୱାର୍ କଟ୍ | ଲୋଡ୍ ଶେଡିଙ୍ଗ୍ | ଆସିବ କେତେବେଳେ ଜଣା ନାହିଁ | ତେବେ ରାସ୍ତାରେ ଘୋଷଣା କରିକରି ଗଲେ ବିଦ୍ୟୁତ ବିଭାଗଵାଲା ଯେ କିଛି ସମୟ ଭିତରେ ଆସିଯିବ | କିନ୍ତୁ କେତେବେଳେ? ସନ୍ଧ୍ୟା ହେଲାଣି | ଇନଭର୍ଟର୍ ବି ଏବେ ବନ୍ଦ ହେଇଗଲା ପୁରାପୁରି | ଘରେ ଲାଗିଛି ଗୋଟିଏ ଏମର୍ଜେନ୍ସି ଲାଇଟ୍ | – ଏଡ଼େ ବଡ଼ ସିଟିରେ ପୁଣି ପାୱାର୍ କଟ୍? ଏଇଠି ଏଇଦିନ ପାଇଁ କଣ […]

ରସଗୋଲା

ଛ ମାସ ପରେ ଓଡିଶା ଆସିଥିବାରୁ ଆଜି ରସଗୋଲା ଖାଇବାକୁ ମିଳିଲା | ମୁଁ ପଚାରିଲି, “କହିଲୁ ଦେଖି ତୁ ଓଡ଼ିଶାର ରସଗୋଲା ନା ପଶ୍ଚିମବଙ୍ଗର ରସଗୋଲା??” ରସଗୋଲା କହିଲା, “ମୁଁ ହେଲି ଖାଲି ରସଗୋଲା | ନା ଓଡ଼ିଶାର ନା ପଶ୍ଚିମବଙ୍ଗର | ମତେ ଯିଏ ଖାଏ ମୁଁ ତା’ର | ଖାଇବାର ଅଛି ଯଦି ଖା ନହେଲେ ଗେଟ ଲଷ୍ଟ |” (ବିଦ୍ର: ଫଟଟି ମୋ ରସଗୋଲାର ନୁହେଁ | ମୁଁ ମୋ ରସଗୋଲାଠୁ […]

ବଳିଦାନ

ଝିଅମାନେ ଖାଲି ବାପଘର ଛାଡ଼ନ୍ତିନି ପୁଅମାନେ ବି ଛାଡ଼ନ୍ତି | ଚାକିରୀ ପାଇଁ ଘରଛାଡି ଦୂର ଜାଗାକୁ ଯାନ୍ତି | ବର୍ଷରେ ଥରେ ଘରକୁ ଆସନ୍ତି | ନିଜ ଘରେ ନିଜେ କୁଣିଆ ହୁଅନ୍ତି | ମା ହାତରନ୍ଧା ସେମାନେ ବି ମନେ ପକାନ୍ତି | ଆଉ ମା ମନ ଦୁଃଖ ହବ ବୋଲି ପେଟ ପୁରିଛି ବୋଲି ମିଛ ବି କୁହନ୍ତି | ଝିଅ ଚାକିରୀ ନ କଲେ ବି ବରଟେ ପାଇଯାଏ | ହେଲେ […]

ଡାଲିରାଜା

ଛୋଟିଆ ହେଇ ପତଳାଝିଅଟିଏ ଇରୁ। ଏଡିକି କୁନି ଦିଶୁଛି ବୋଲି ତା’ ମମି ମନ ଭାରି ଦୁଃଖ। ଖାଇବାରେ ଇରୁର ବହୁତ ନଖରାମୀ। କିଛି ଖାଏନି ସେ। କ୍ଷୀର, ଫଳମୂଳ, ପନିପରିବା କିଛି ବି ନୁହଁ। ଆଉ ସବୁଠୁ ଖରାପ ଲାଗେ ତାକୁ ଡାଲି। ସେଇଟା ଦେଖିଲେ ତାକୁ ବାନ୍ତି ମାଡ଼େ। ସେଦିନ ରାତିରେ ଇରୁ ଶୋଇଛି ହଠାତ୍ ତା’ ନିଦ ଭାଙ୍ଗିଗଲା। ମିନି କଉଠି ଗୋଟେ କାନ୍ଦୁଛି। ମିନି ହେଲା ତା’ କଣ୍ଢେଇ। ମିନି ତ […]

ଆମ୍ବଖଟା

ସକାଳୁ ଭାରି ଗରମ ପଡିଛି ଆଜି। ସୀତାମ୍ମାର ବାଇଗଣୀ ଶାଢ଼ୀପିନ୍ଧା ଦେହ ଗୋଟାପଣେ ଓଦା। ମୁଣ୍ଡରେ ଖୋସା। ଦୁଇ ନାକରେ ନଥ। ହାତ କିନ୍ତୁ ଲଙ୍ଗଳା। ସେଇ ଲଙ୍ଗଳା ହାତରେ ଆମ୍ବଖଟାକୁ ଜୋର୍ ଜୋରରେ ଘାଣ୍ଟି ଚାଲିଥିଲା ସୀତାମ୍ମା। କେଜାଣି ଆଜି ପୁଣି ପିଲାମାନେ କଣ କହିବେ!! ଗାଁରେ ତା’ ରୋଷେଇର ଭାରି ନାଁ ଡାକ ଥିଲା। ସେଥିପାଇଁ ସହରକୁ ଆସି ଭାବିଥିଲା ଏଇ ରୋଷେଇ କଳାଟି ହିଁ ତାକୁ ସାହାଯ୍ୟ କରିବ ତା’ ପେଟ ପୋଷିବାପାଇଁ। […]

ତୁମେ ରବେ ନୀରବେ (You are in Silence, You are in Muse ❤️❤️)

ଅଧଲେଖା ଉପନ୍ୟାସରୁ ଫର୍ଦ୍ଦଟିଏ ତୁମେ ରବେ ନୀରବେ (You are in Silence, You are in Muse ❤️❤️) [PS: This is NOT a new series. Just a glimpse. Hope you like it.] ରିଚା ଭାବିଥିଲା ଘରେ ପହଞ୍ଚିଲା ଯାଏଁ ସାର୍ଥକ ସାଙ୍ଗେ ଆଉ ପାଟି ଫିଟେଇବନି। କିନ୍ତୁ ଦଶ ମିନିଟ ଯାଇଛି କି ନାହିଁ ତା ପେଟ ଭୋକରେ ଜୋରରେ କଁକଁ କଲା। ସେ ନିଜ ଘଡି ଦେଖିଲା। […]

ରଜାପୁଅ ଆଉ ବାଇଅସୁରୁଣୀକଥା

ଅନେକ ଦିନ ତଳର କଥା। ସୁମେଧ ବୋଲି ଗୋଟିଏ ରାଜ୍ୟ ଥିଲା। ସେଇ ରାଜ୍ୟରେ ବିକ୍ରମକେଶରୀ ବୋଲି ଜଣେ ଦୟାଳୁ ରାଜା ଥିଲେ। ତାଙ୍କର ବହୁତ ଧନସମ୍ପତ୍ତି ଥିଲା। ଆଉ ବି ଥିଲା ବହୁତ ହାତୀ, ଘୋଡା ଆଉ ସୈନ୍ୟସାମନ୍ତ। କିନ୍ତୁ ରାଜାଙ୍କର ଜୀବନରେ କେବଳ ଗୋଟିଏ ଦୁଃଖ। ବାହାଘରର ବହୁବର୍ଷ ପରେ ବି ରାଣୀ ମା’ ଡାକ ଶୁଣିନଥିଲେ। ବହୁତ ଲୋକ ରାଜାଙ୍କୁ ଆଉ ଗୋଟିଏ ବିବାହ କରିବାକୁ ଉପଦେଶ ଦେଇଥିଲେ। କିନ୍ତୁ ରାଜା ରାଣୀଙ୍କୁ […]

ଗପ ହେଲେ ବି ସତ

  ବହୁତଥର ପାଠକମାନେ କହିଲେଣି ନିଜ ବିଷୟରେ କିଛି ଲେଖନ୍ତୁ। ମୁଁ କହେ ସବୁ ତ ଗପରେ ଲେଖୁଛି। ଆଉ କଣ ଅଧିକାଟା ଲେଖିବି। ହେଲେ ଆଜି ଲେଖୁଚି। ମୋ ବୋଉ ଜଣେ କର୍ମଜୀବୀ ମହିଳା। ସ୍କୁଲରେ ଶିକ୍ଷୟତ୍ରୀ। ମୋର ମନେଅଛି ସାନ ଥିଲାବେଳେ ଆଗେ ଆମେ ସ୍କୁଲରୁ ଫେରୁଥିଲୁ ଆଉ ତାପରେ ବୋଉ ଫେରୁଥିଲେ। ସବୁଦିନ ବୋଉ ଫେରିଲାବେଳକୁ ଆମ ନଜର ରହୁଥିଲା ବୋଉର ବ୍ୟାଗ ଉପରେ। ବୋଉ ଆଜି ଆମ ପାଇଁ କଣ ଆଣିଛନ୍ତି!! […]

ପ୍ରସ୍ତୁତି

ବହୁତ ଦିନହେଲା ବଡକାମଟିଏ ବାକି ରହି ଯାଇଥିଲା। ଆଜି ମହରମ ପାଇଁ ସ୍କୁଲ ଛୁଟି ମୋର। ଭାବିଲି କାମଟି ସାରିଦେବି। ଝିଅର ଓଡିଶୀ ନୃତ୍ୟଶିକ୍ଷା କେନ୍ଦ୍ରରେ ଆଡ଼ମିଶନ। ବାହାହବା ଯାଏଁ ଓଡିଶୀ ନାଚିବା ଜାରି ରହିଥିଲା ମୋର। ହେଲେ ବାହାଘର ପରେ ଘର ସଂସାର ଚାକିରୀ ପରିବାର ହେଇ ଆଉ ନାଚ ମନେ ପଡିନଥିଲା। କିନ୍ତୁ ଯା’ହଉ କୁନି ଝିଅଟି ମୋର କଳା ଟିକକ ଆଣିଥିଲା। ଦୁଇବର୍ଷରୁ ଟିଭିରେ ଗୀତ ଶୁଣିବାମାତ୍ରେ ହାତଗୋଡ ହଲେଇ ନାଚିବା ଆରମ୍ଭ […]