ଟ୍ୟୁସନ ସାର

ଆଜିକା ଦୁନିଆରେ ବହୁତ କମ ଲୋକ ଥିବେ ଯେଉଁମାନେ ପିଲାବେଳେ ଟ୍ୟୁସନ ଯାଇ ନଥିବେ।ଆମ ସମୟରୁ ହିଁ ଟ୍ୟୁସନ ବିଳାସ ନୁହେଁ ଆବଶ୍ୟକତା ପାଲଟି ଯାଇଥିଲା। ସ୍କୁଲ ପରର ଟ୍ୟୁସନ ସମୟଟା ଯେମିତି ଖାଲି ପଢିବାକୁ ନୁହେଁ ମଉଜ ମଜଲିସର ବି ସମୟ ଥିଲା। ବଦମାସି କରିବାକୁ ଟ୍ୟୁସନରେ ସମୟ ମିଳୁଥିଲା ଆଉ ପୁଅଝିଅ ଦେଖାଦେଖି ହେଇ ହସିବାକୁ ବି। ସ୍କୁଲରୁ ଫେରି ଲୁଗା ବଦଳି କଣ ଟିକେ ମୁହଁରେ ଗୁଞ୍ଜି ଦେଇ ସାଇକେଲ ପେଡାଲ ମରାହଉଥିଲା […]

ରାକ୍ଷୀ

ଅନଲାଇନ ରାକ୍ଷୀ ଅର୍ଡର ହେଇଗଲା | ଅନଲାଇନ ମିଠା ଚାଲିଗଲା | ରାକ୍ଷୀଦିନ ଭାଇକୁ ଫୋନ ହେଇଗଲା | ଅନଲାଇନ ରାକ୍ଷୀ ଗିଫ୍ଟ ବି ଆସିଗଲା | ଫେସବୁକରେ ଭାଇକୁ ମିସ କରିବାର ଦୁଃଖୀ ମେସେଜଟିଏ ପୋଷ୍ଟ ହେଇଗଲା ଆଉ ତା ସାଙ୍ଗରେ ସାନବେଳର ରାକ୍ଷୀ ଫଟୋଟିଏ | ଜାଣିହଉନି ଏବେ ବେଶୀ ଭଲପାଇବା ଅଛି ନା ସେବେ ବେଶୀ ଭଲପାଇବା ଥିଲା!! ଏବେ ଏତେ ସବୁ କରିକି ବି ହ୍ବାଟସଏପ ଭାଇଭଉଣୀ ଗ୍ରୁପରେ ଖାଲି ଗୁଡ଼ […]