ଗର୍ବରେ କୁହ, ମତେ ଓଡ଼ିଆ ଆସେନି!

ହିନ୍ଦୀ ଭାଷାକୁ ନେଇ ଦକ୍ଷିଣ ଭାରତରେ ଏବେ ଦଙ୍ଗା ହେଇଗଲାଣି। ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା କରେଇ ଦବୁନି ବୋଲି ସେମାନେ କହୁଛନ୍ତି। ନିଜ ଭାଷାକୁ ନେଇ ଦକ୍ଷିଣ ଭାରତୀୟଙ୍କ ଯୋଉ ପ୍ରୀତି ସେଇଟା କାହାକୁ ଅଛପା ନୁହେଁ। ଆଗରୁ ମତେ ବି ସେଇଟା ଟିକେ ଅଧିକା ଲାଗୁଥିଲା। କିନ୍ତୁ କିଛି ବର୍ଷ ଦକ୍ଷିଣ ଭାରତରେ ରହିବା ପରେ ମତେ କାଇଁ ଲାଗୁଛି ସେମାନେ ଯାହା କହୁଛନ୍ତି ସେଇଟା ଠିକ। ଆଉ ଏମତି ମତେ ଲାଗୁଛି ଆମ ଓଡ଼ିଆଙ୍କ […]

ଲାରେ ଲାପା ଲାରେ ଲାପା ଡାକେ ଠେକୁଆ

କୋଉ ବି ଜିନିଷକୁ ବେଶୀ ଦିନ ସଫା ନ କଲେ ତା ଉପରେ ଧୂଳି ଜମିଯାଏ। ଲୁହାରେ ଧୀରେ ଧୀରେ କଳଙ୍କି ଲାଗିଯାଏ। ସେମିତି ମନରେ ବି ଧୂଳି ବସେ, କଳଙ୍କି ଲାଗେ ଆଉ ସମୟ ଗଡ଼ିବା ସାଙ୍ଗରେ ମନ ଉପରେ ପରଳଟିଏ ବସିଯାଏ। ସାଧାରଣ ଭାଷାରେ କହିବାକୁ ଗଲେ ଧୀରେ ଧୀରେ ମଣିଷର ମନରେ ପୁରୁଣା କଥାର ଜାଗା ନୂଆ କଥା ସବୁ ନେଇଯାଏ। ମନ ପୁରୁଣା କଥା ସବୁ ଭୁଲିବାକୁ ଲାଗେ। କିନ୍ତୁ ପ୍ରଶ୍ନ […]

ଦୀପାବଳି ଓ ମୂଷାଲେଣ୍ଡି ଉପାଖ୍ୟାନ

ମୁଁ ଦୀପାବଳିର ବାଣଫୁଟାକୁ ନେଇ ଏତେଟା ଉତ୍ସାହିତ ନୁହେଁ I ବାୟୁ ପ୍ରଦୂଷଣ ଧ୍ୱନି ପ୍ରଦୂଷଣ ଏ ସବୁ କଥା ତ ଏଇ କିଛି ବର୍ଷ ହେଲା ଚାଲିଛି I ମତେ ସାନବେଳୁ ଢ଼ୋ ଢା ଶବ୍ଦ ଭଲ ଲାଗେନି । ଦୀପାବଳୀର ଦୀପ ଆଉ ରଙ୍ଗ ବିରଙ୍ଗି ମୁରୁଜରେ ମୁଁ ବେଶୀ ଖୁସି l ତେବେ ତା ବୋଲି ମୋ ଦୀପାବଳି କେବେ ଅନ୍ଧାରରେ ଯାଇନି । ମୁଁ ବି ବାଣ ଫୁଟାଏ । ତେବେ […]

ରସଗୋଲା

ଛ ମାସ ପରେ ଓଡିଶା ଆସିଥିବାରୁ ଆଜି ରସଗୋଲା ଖାଇବାକୁ ମିଳିଲା | ମୁଁ ପଚାରିଲି, “କହିଲୁ ଦେଖି ତୁ ଓଡ଼ିଶାର ରସଗୋଲା ନା ପଶ୍ଚିମବଙ୍ଗର ରସଗୋଲା??” ରସଗୋଲା କହିଲା, “ମୁଁ ହେଲି ଖାଲି ରସଗୋଲା | ନା ଓଡ଼ିଶାର ନା ପଶ୍ଚିମବଙ୍ଗର | ମତେ ଯିଏ ଖାଏ ମୁଁ ତା’ର | ଖାଇବାର ଅଛି ଯଦି ଖା ନହେଲେ ଗେଟ ଲଷ୍ଟ |” (ବିଦ୍ର: ଫଟଟି ମୋ ରସଗୋଲାର ନୁହେଁ | ମୁଁ ମୋ ରସଗୋଲାଠୁ […]

ବଳିଦାନ

ଝିଅମାନେ ଖାଲି ବାପଘର ଛାଡ଼ନ୍ତିନି ପୁଅମାନେ ବି ଛାଡ଼ନ୍ତି | ଚାକିରୀ ପାଇଁ ଘରଛାଡି ଦୂର ଜାଗାକୁ ଯାନ୍ତି | ବର୍ଷରେ ଥରେ ଘରକୁ ଆସନ୍ତି | ନିଜ ଘରେ ନିଜେ କୁଣିଆ ହୁଅନ୍ତି | ମା ହାତରନ୍ଧା ସେମାନେ ବି ମନେ ପକାନ୍ତି | ଆଉ ମା ମନ ଦୁଃଖ ହବ ବୋଲି ପେଟ ପୁରିଛି ବୋଲି ମିଛ ବି କୁହନ୍ତି | ଝିଅ ଚାକିରୀ ନ କଲେ ବି ବରଟେ ପାଇଯାଏ | ହେଲେ […]