ଘରଠାରୁ ଦୂରେ ଆଉ ଗୋଟେ ଘର

ମୋର ଆଜି ବି କଲେଜ ଅଛି | ହଁ, ଠିକ୍ ଶୁଣିଲେ | ଦୁର୍ଗାଷ୍ଟମୀରେ ବି କଲେଜ | ଏଇଟା ଦକ୍ଷିଣ ଭାରତ | ଏଠି ପୂର୍ବାଞ୍ଚଳ ଭଳି ୧୫ ଦିନ ପୂଜାଛୁଟି ହୁଏନି | ମତେ ସେଥିପାଇଁ କେବଳ ଦୁଇଦିନ ପୂଜାଛୁଟି ମିଳିଛି | ତାପରେ ରବିବାର ଆଉ ବାପୁ ଜନମ ଦିନପାଇଁ ଆଉଟିକେ ଛୁଟି ମିଳିଯିବ | ତେବେ ପିଲାମାନେ ଆଉ କାଲିଯାଏଁ ଅପେକ୍ଷା କରିନାହାନ୍ତି | ଆଜି ଅଧାରୁ ଅଧିକ ପେଡି ପୁଟୁଳା […]

ଦଶହରା ଆଉ ମୁଁ

ପୃଥିବୀରେ ଯେତେ ଘର ସେତିକି ଭିନ୍ନ ଭିନ୍ନ ଘରକରଣା | ଗୋଟିଏ ପର୍ବ ହେଇପାରେ କିନ୍ତୁ ପାଳନ କରିବାର ତରିକା ଟିକେ ଭିନ୍ନ ହେଇଯାଏ | ସେଥିପାଇଁ ତା ସବୁ ଘର ନିଜ ଭିତରେ ଅଦ୍ଵିତୀୟ | ସବୁ ଘରର ନିଜସ୍ୱ ନୀତି ନିୟମ ଆଉ ସେଇଟା ହିଁ ପ୍ରତି ଘରକୁ ଏତେ ଭିନ୍ନ ଆଉ ସୁନ୍ଦର କରି ଗଢ଼ିତୋଳେ | ମୋ ଘରେ ତିନିଟି ଜିଲ୍ଲାର ଚଳଣିର ଖେଚୁଡ଼ି ହେଉଥିଲା ଆଉ ମୁଁ ଥରେ ଥରେ […]