ରବିବାରିଆ ମଜା

ରବିବାର ସକାଳଟା ସବୁବେଳେ ସୁନ୍ଦର। ଆଉ ରବିବାର ସକାଳୁ ପାଗଟା ମେଘୁଆ କରିଥିଲେ ସେଇ ସକାଳଟି ଆଉରି ସୁନ୍ଦର। ଆଉ ଘର ଛାତରୁ ସେଇ ମେଘ ଆଉ ପାହାଡ ଭିତରର ଲୁଚକାଳିଟା ଦେଖି ହଉଥିଲେ ସେଇ ଦୃଶ୍ୟଟିକୁ ବଖାଣିବାକୁ ଆଉ ଭାଷା ନାହିଁ। ଆପଣମାନଙ୍କୁ ରବିବାର ସକାଳର ଶୁଭେଚ୍ଛା। ଆଜି ମାଂସ ମାଛ ଆଉ କୁକୁଡ଼ାର ଦିନ। ଅଣ୍ଡାକୁ ଗଣୁନି କାରଣ ବହୁତ ଲୋକଙ୍କ ପାଇଁ ଅଣ୍ଡା ଗୋଟେ ଫଳ। ତାକୁ ଖାଇଲେ କୋଉ ଆଇଁଷ ଖାଇଲା […]

ଡାଲିରାଜା

ଛୋଟିଆ ହେଇ ପତଳାଝିଅଟିଏ ଇରୁ। ଏଡିକି କୁନି ଦିଶୁଛି ବୋଲି ତା’ ମମି ମନ ଭାରି ଦୁଃଖ। ଖାଇବାରେ ଇରୁର ବହୁତ ନଖରାମୀ। କିଛି ଖାଏନି ସେ। କ୍ଷୀର, ଫଳମୂଳ, ପନିପରିବା କିଛି ବି ନୁହଁ। ଆଉ ସବୁଠୁ ଖରାପ ଲାଗେ ତାକୁ ଡାଲି। ସେଇଟା ଦେଖିଲେ ତାକୁ ବାନ୍ତି ମାଡ଼େ। ସେଦିନ ରାତିରେ ଇରୁ ଶୋଇଛି ହଠାତ୍ ତା’ ନିଦ ଭାଙ୍ଗିଗଲା। ମିନି କଉଠି ଗୋଟେ କାନ୍ଦୁଛି। ମିନି ହେଲା ତା’ କଣ୍ଢେଇ। ମିନି ତ […]

ନୂଆ ବହିର ବାସ୍ନା

ସାନଥିଲା ବେଳେ ଖରାଛୁଟି ସରିଗଲା ପରେ ସ୍କୁଲ ଖୋଲିଗଲେ ଯୋଉ ମନ ଦୁଃଖ ହୁଏ ସେଇ ମନଦୁଃଖ ସମୟରେ କେବଳ ଗୋଟିଏ ଜିନିଷ ମନରେ ଖୁସି ଆଣିଦିଏ। ନୂଆ ବହି ଆଉ ନୂଆ ଖାତା। ନୂଆ ବହିଖାତାରେ ନୂଆ ମଲାଟ ଆଉ ମଲାଟ ଉପରେ ନୂଆ ଷ୍ଟିକର। ଷ୍ଟିକର ଉପରେ ନିଜର ନାଁ। ଆଉ ଆହୁରି ଭଲଲାଗେ ନୂଆ ବହିର ନୂଆ ପୃଷ୍ଠାର ସେଇ ପରିଚିତ ବାସ୍ନା। ସତରେ ସେଇ ବାସ୍ନା ସମସ୍ତଙ୍କର ପ୍ରିୟ। ବର୍ଷାଭିଜା ମାଟିର […]

ରଜାପୁଅ ଆଉ ବିକଟାଳ ଅସୁର ଉପାଖ୍ୟାନ

କିଏ ରାଜା କିଏ ରାଣୀ? କିଏ ରଜାପୁଅ କିଏ ଅସୁର? କିଏ ନୀଳପରୀ କିଏ ଅସୁରୁଣୀ? କେବେ ଏକୁଟିଆ ସମୟରେ ଭଲରେ ଦର୍ପଣକୁ ଚାହିଁବ। ରଜାପୁଅ ମୁହଁ ଭିତରେ ଅସୁର ମୁହଁଟି ଉକୁଟିହେଇ ଉଠିବ। ଖାଲି ଲୋକ ନ ରହିବା ଦରକାର। ମୁହଁରୁ ମୁଖାଟା ଗଳିବାକୁ ବେଶୀ ସମୟ ଲାଗିବନି। ସେଥିପାଇଁ ନିଜେ କିଏ ଜାଣିବାକୁ ହେଲେ ଏକୁଟିଆ ରହିବାକୁ ପଡେ। ନିଜକୁ ଖୋଜିବାକୁ ପଡେ। ଭିଡରେ ଯିଏ ସିଏ ତମେ ନୁହେଁ। ତମଭଳି ଦିଶୁଛି ଖାଲି। […]

ଟ୍ୟୁସନ ସାର

ଆଜିକା ଦୁନିଆରେ ବହୁତ କମ ଲୋକ ଥିବେ ଯେଉଁମାନେ ପିଲାବେଳେ ଟ୍ୟୁସନ ଯାଇ ନଥିବେ।ଆମ ସମୟରୁ ହିଁ ଟ୍ୟୁସନ ବିଳାସ ନୁହେଁ ଆବଶ୍ୟକତା ପାଲଟି ଯାଇଥିଲା। ସ୍କୁଲ ପରର ଟ୍ୟୁସନ ସମୟଟା ଯେମିତି ଖାଲି ପଢିବାକୁ ନୁହେଁ ମଉଜ ମଜଲିସର ବି ସମୟ ଥିଲା। ବଦମାସି କରିବାକୁ ଟ୍ୟୁସନରେ ସମୟ ମିଳୁଥିଲା ଆଉ ପୁଅଝିଅ ଦେଖାଦେଖି ହେଇ ହସିବାକୁ ବି। ସ୍କୁଲରୁ ଫେରି ଲୁଗା ବଦଳି କଣ ଟିକେ ମୁହଁରେ ଗୁଞ୍ଜି ଦେଇ ସାଇକେଲ ପେଡାଲ ମରାହଉଥିଲା […]