ପଣା: କେତେ ଆପଣା?

ଗତବର୍ଷର କଥା। ପଣା ସଂକ୍ରାନ୍ତି। ଛୁଟିଦିନ। ଏକା ସାଙ୍ଗରେ ପଣା ସଂକ୍ରାନ୍ତି ପାଳିବାପାଇଁ ଓଡ଼ିଆ ବାନ୍ଧବୀ ଜଣେ ଆମନ୍ତ୍ରଣ କଲେ। ତାଙ୍କ ଘରେ ବସିଛୁ। ଗପୁଛୁ। ବାନ୍ଧବୀ ବଢିଆ ବେଲପଣା ଆଣିକି ଦେଲେ। ମନଭରି ପିଆ ହେଲା। ଆହା ବେଲ ଆଉ ଗୋଲ ମରିଚର କି ଅପୂର୍ବ ବାସ୍ନା!! ପଣା ସଂକ୍ରାନ୍ତି ପାଳିବା ସାର୍ଥକ ହେଇଗଲା। କିନ୍ତୁ ବାନ୍ଧବୀଙ୍କ କୁନି ପୁଅଟିକୁ ଯେତେ ବାଧ୍ୟ କଲେ ବି ସେ ପଣା ପିଇଲାନି। ଆଜିକାଲିକା ଛୁଆ। ସେ କଣ […]

ରଜାପୁଅ ଆଉ ବାଇଅସୁରୁଣୀକଥା

ଅନେକ ଦିନ ତଳର କଥା। ସୁମେଧ ବୋଲି ଗୋଟିଏ ରାଜ୍ୟ ଥିଲା। ସେଇ ରାଜ୍ୟରେ ବିକ୍ରମକେଶରୀ ବୋଲି ଜଣେ ଦୟାଳୁ ରାଜା ଥିଲେ। ତାଙ୍କର ବହୁତ ଧନସମ୍ପତ୍ତି ଥିଲା। ଆଉ ବି ଥିଲା ବହୁତ ହାତୀ, ଘୋଡା ଆଉ ସୈନ୍ୟସାମନ୍ତ। କିନ୍ତୁ ରାଜାଙ୍କର ଜୀବନରେ କେବଳ ଗୋଟିଏ ଦୁଃଖ। ବାହାଘରର ବହୁବର୍ଷ ପରେ ବି ରାଣୀ ମା’ ଡାକ ଶୁଣିନଥିଲେ। ବହୁତ ଲୋକ ରାଜାଙ୍କୁ ଆଉ ଗୋଟିଏ ବିବାହ କରିବାକୁ ଉପଦେଶ ଦେଇଥିଲେ। କିନ୍ତୁ ରାଜା ରାଣୀଙ୍କୁ […]