ପ୍ରସ୍ତୁତି

ବହୁତ ଦିନହେଲା ବଡକାମଟିଏ ବାକି ରହି ଯାଇଥିଲା। ଆଜି ମହରମ ପାଇଁ ସ୍କୁଲ ଛୁଟି ମୋର। ଭାବିଲି କାମଟି ସାରିଦେବି। ଝିଅର ଓଡିଶୀ ନୃତ୍ୟଶିକ୍ଷା କେନ୍ଦ୍ରରେ ଆଡ଼ମିଶନ। ବାହାହବା ଯାଏଁ ଓଡିଶୀ ନାଚିବା ଜାରି ରହିଥିଲା ମୋର। ହେଲେ ବାହାଘର ପରେ ଘର ସଂସାର ଚାକିରୀ ପରିବାର ହେଇ ଆଉ ନାଚ ମନେ ପଡିନଥିଲା। କିନ୍ତୁ ଯା’ହଉ କୁନି ଝିଅଟି ମୋର କଳା ଟିକକ ଆଣିଥିଲା। ଦୁଇବର୍ଷରୁ ଟିଭିରେ ଗୀତ ଶୁଣିବାମାତ୍ରେ ହାତଗୋଡ ହଲେଇ ନାଚିବା ଆରମ୍ଭ […]

ଉତ୍ତର

ଆଜି ଆମ ତୃତୀୟ ବିବାହବାର୍ଷିକୀ ଥିଲା। ସବୁଥର ଭଳି ରିମା ମତେ ସକାଳୁ ତିନିଥର ମନେ ପକେଇବାସତ୍ତ୍ୱେ ମୁଁ ଅଫିସରେ ବ୍ୟସ୍ତ ରହି ସନ୍ଧ୍ୟା ସୁଦ୍ଧା ଘରକୁ ଫେରିପାରିଲିନିି। ମିଟିଂ ସରୁସରୁ ରାତି ସାଢ଼େଆଠ। ଫୋନରେ ସେତେବେଳକୁ ବାରଟା ମିସ୍ଡ଼ କଲ। ରିମାକୁ ଫୋନ୍ କଲାବେଳକୁ ତା’ ଫୋନ ବନ୍ଦ। ତରତର ହେଇ ଘରକୁ ଫେରିଲି। କଲିଂବେଲର ବି କିଛି ଉତ୍ତର ମିଳିଲାନି। ପକେଟରୁ ଚାବି ବାହାରକରି କବାଟ ଖୋଲିଲି। ରିମା ଘରେ ନାହିଁ। ଠିକ ସେତିକି […]

ହିସାବ

ଦୁଇମାସ ତଳେ ମାଟ୍ରିମୋନି ସାଇଟଦ୍ୱାରା ମୋ ରୁମମେଟ ସାଗରର ବାହାଘର ରୁବି ସାଙ୍ଗେ ଠିକ ହେଲାପରେ ସାଗର ଆଉ ଇନ୍ଦ୍ରଚନ୍ଦ୍ର ବି ମାନିବାକୁ ନାରାଜ ଥିଲା। ଖାସ କରି ମତେ ଦେଖିଲେ ସେ କଣ ନାଇଁ କଣ ଯେ କହିଯାଉଥିଲା। ସେଦିନ ଲେଖାକୁ ଭେଟି ଘରକୁ ଫେରିବାକ୍ଷଣି ସେ ମତେ ଦେଖି କହିଲା, “ଆସିଗଲ ପ୍ରେମିକ ପ୍ରବର। କଣ ମିଳିବ ସେ ଶୁଖିଲା ପ୍ରେମରୁ? ତାକୁ ଛାଡ। ଆଗକୁ ବଢ଼। ସେଇ ପ୍ରେମକୁ ଖାଲି ପ୍ରେମରେ ହିଁ […]

ଦାନ

ପୁଅ ମୋର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ପୁରା ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି। ଛାତି ମୋର ଆଜି କୁଣ୍ଢେମୋଟ। ମୁଁ ନିଜେ ଜଣେ ଓଡିଶା ପ୍ରଶାସନିକ ସେବାର ଜଣେ ଉଚ୍ଚପଦସ୍ଥ ଅଧିକାରୀ। ଆଉ ଆଜି ମୋ ପୁଅ ଓଏଏସ ହେଇ ଏଇ ଗୌରବ ଲାଭ କରିବା ନିତାନ୍ତ ଗର୍ବର ବିଷୟ। ପାଞ୍ଚକେଜି ମିଠା ନେଇ ଅଫିସରେ ପହଞ୍ଚିଲି। ଲୋକନାଥ ମିଠାବାକ୍ସଗୁଡା କାରରୁ ନେଇ ମୋ କେବିନରେ ରଖିଲା। “ସାର, ଆଜି କିଛି ଖୁସି ଖବର […]

କଥା

  “ମା ରେ! ରବିବାର ଦିନ ମୋର ସାଙ୍ଗମାନଙ୍କ ସାଙ୍ଗେ ମୋର ଗେଟ ଟୁଗେଦର ଅଛି। ସେଇଟା ସାରି କି ମୁଁ ଆସିଯିବି।” ବାବା କହିଲେ ଫୋନରେ। “ନାଇଁ ନାଇଁ ସେଇଟା ହେଇ ପାରିବନି। ଆଉ ମୁଁ ତାହେଲେ ସାଇକେଲଟା କେତେବେଳେ କିଣିବି?” ରୁମି ପ୍ରଶ୍ନ କଲା। “ସୋମବାର ଯାଇ ଆମେ କିଣିଦେଲେ ହବନି?” ବାବା ପଚାରିଲେ। “ନାଇଁ ସୋମବାର ମୁଁ ସ୍କୁଲ ଯିବି ନା। ମତେ ସମସ୍ତଙ୍କୁ ଚକଲେଟ ଦବାର ଅଛି ଆଉ ସେଦିନ ପାର୍ଟି […]

ଭୂତଗପ (୩) ଶେଷଭାଗ

(ବିଶେଷ ଦ୍ରଷ୍ଟବ୍ୟ: ଯେଉଁ ବନ୍ଧୁମାନେ ଭୂତଗପ-୧ ଓ ୨ ପଢିଛନ୍ତି ସେମାନେ ଆଗକୁ ବଢନ୍ତୁ। ଯେଉଁ ବନ୍ଧୁମାନେ ପଢି ନାହାନ୍ତି ଦୟାକରି ପ୍ରଥମେ ସେଇ ଦୁଇଟି ଗପ ପଢନ୍ତୁ ଆଉ ତା’ପରେ ଏଠିକି ଆସନ୍ତୁ।) ଘର ଭିତରେ ପୁରାପୁରି ଅନ୍ଧାର। ଜହ୍ନ ଆଲୁଅ ଟିକିଏ ଆସି ଘର ଭିତରେ ପଡିଲା। ସେଇ ଆଲୁଅ ଭିତରେ ଦେଖିଲି ଗୋଡରୁ ମୁଣ୍ଡ ଯାଏଁ ଧଳା ଚାଦର ଗୁଡେଇ କିଏ ଜଣେ ଛାତରୁ ଓଲ୍ହେଇ ଘର ଭିତରକୁ ଦୋହଲି ଦୋହଲି ଆସୁଛି। […]

ବାୟୁଦୋଷ

ଏଇଟା ଗୋଟାଏ ନିରାଟ ସତ ଯେ ପ୍ରତି ମଧ୍ୟବିତ୍ତ ଓଡିଆଘରେ ଗୋଟିଏ ଗୋଟିଏ ବାୟୁଦୋଷୀ ନିଶ୍ଚିତ ଥାନ୍ତି। ଆଉ ଯେଉଁ ଘରେ ନଥାନ୍ତି ସେଇ ଘରଲୋକମାନେ ହୁଏତ ବହୁତ ଭଦ୍ର ନହେଲେ ପୁରା ମିଛୁଆ। ସେ ଯାହାହଉ ଆମଘର ଗୋଟେ ପକ୍କା ମଧ୍ୟବିତ୍ତ ପରିବାର ଥିଲା ଆଉ ଆମ ଜେଜେବାପାଙ୍କ ବାୟୁଦୋଷ ପୁରା ଅଂଶବଂଶ ପ୍ରସିଦ୍ଧ ଥିଲା। ନୂଆନୂଆ ବୋଉ ଖୁଡୀ ସବୁ ମୁହଁରେ ଲୁଗାଦେଇ ହସୁଥିଲେ। କିନ୍ତୁ ଧୀରେ ଧୀରେ ଏସବୁ ସମସ୍ତଙ୍କ ଦେହସୁହା ହେଇଯାଇଥିଲା। […]