ପିକନିକ୍

ସ୍କୁଲରେ ମିସ୍ ରଚନା ଲେଖିବାକୁ ଦେଲେ ନୂଆବର୍ଷ ପିକନିକ୍ ଉପରେ। “କଣ ଲେଖିବି??” ଶୁଭମ ଭାବିବାକୁ ଲାଗିଲା। ତା’ପରେ କିଛି ସମୟ ରହି ସେ ଲେଖିବା ଆରମ୍ଭ କଲା। “ଏଥର ନୂଆବର୍ଷରେ ଆମେ ଚନ୍ଦ୍ରଭାଗା ସମୁଦ୍ରକୂଳକୁ ପିକନିକ୍ କରିବାକୁ ଯାଇଥିଲୁ। ଗଲାବେଳକୁ ଆମେ ସମସ୍ତେ ନିଜ ନିଜ କାରରେ ଯାଇଥିଲୁ। ଡାଡି ଡ୍ରାଇଭ କରୁଥିଲେ। ମମି ତାଙ୍କ ଫୋନରେ କଣ ନେଟ ଆସୁନଥିଲା ବୋଲି ବହୁତ ବ୍ୟସ୍ତ ଥିଲେ। ରାଗି ଯାଉଥିଲେ ଟିକେକୁ ଟିକେ। କିଛି ସମୟପରେ […]

କ୍ଷୀରି

ପୁଅର ଜନ୍ମଦିନ ଥିଲା । କ୍ଷୀରିଟା ବହୁତ ଭଲ ହେଇଥିଲା। ସମସ୍ତଙ୍କୁ ଦେଇ, ସମସ୍ତଙ୍କୁ ଖୁଆଇ, ଆହୁରି କଂସାଏ କ୍ଷୀରି ବଳିଯାଇଥିଲା । ଶାଶୁଙ୍କୁ କହିଲି, ମିନିକୁ ଦେବା କ୍ଷୀରି ଟିକିଏ । ଘରେ ତାର କୁନି ଝିଅଟେ। ମନ କରିଥିବ। ଶାଶୁ କହିଲେ,” ହଉ କାଲି ସକାଳୁ ଦେଇ ଦେ”। ଜେଜେମା ସେଇଠି ବସି ଖେଳଉଥିଲେ ମୋ ପୁଅକୁ। ଘରର ମୁରବୀ ସେ। ଆମ କଥା ଶୁଣି ଖିଙ୍କାରି ଉଠିଲେ, “ରହ ମ ! ଆଉ […]

ବାସ୍ନା

ବାହାଘରର ପନ୍ଦରଦିନ ପରେ ଶାଶୁଙ୍କ ବାପଘରେ କିଏ ଜଣେ ବୟସ୍କ ସମ୍ପର୍କୀୟ ଚାଲିଗଲେ। ଶାଶୁଙ୍କୁ ଯିବାକୁ ପଡିଲା। ପାଞ୍ଚଦିନ ଜାଗାରେ ଦଶଦିନ ରହିଗଲେ ସେଠି। ମୁଁ ନୂଆଁଘରେ ନୂଆଁ ରୋଷେଇଘରେ ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥାଏ ବୋହୂ ହିସାବରେ ନିଜ କର୍ତ୍ତବ୍ୟ କରିବାପାଇଁ। ସମସ୍ତଙ୍କୁ ଭଲରେ ମୁଠେ ଖୁଏଇବା ପାଇଁ। ହେଲେ ମୁଁ ଜାଣିଲି ମୁଁ ମୋ କର୍ତ୍ତବ୍ୟରେ ଉଣା କରିଚି ଯେଉଁଦିନ ନଣନ୍ଦ କହିବାର ଶୁଣିଲି ଶଶୁରଙ୍କୁ, “ଯା’ହଉ ବୋଉ କାଲିକୁ ଆସିଯିବ। ମଣିଷ ଦଶଦିନ […]

ଗଣ୍ଠି

ସୁଦୂର କୋରାପୁଟରେ ଜଳସେଚନ ବିଭାଗର ଅଧିକାରୀ ଥିଲି ମୁଁ। ସ୍ତ୍ରୀ ଥିଲେ କଟକ ସହରରେ ଆନ୍ଧ୍ରା ବ୍ୟାଙ୍କରେ ମ୍ୟାନେଜର। ନିଜ ନିଜ ଚାକିରୀରେ ପ୍ରତିଷ୍ଠିତ ଥିଲୁ ଆମେ କିନ୍ତୁ କର୍ମଦାୟିତ୍ୱର ତାଡନାରେ ଅଲଗା ଅଲଗା ରହିବାକୁ ପଡିଥିଲା ଆମକୁ ବହୁବର୍ଷ ଯାଏଁ। ଆମେ ସ୍ୱାମୀସ୍ତ୍ରୀ ତ’ ନିଜ ନିଜ କାମରେ ବ୍ୟସ୍ତ ରହି ଯାଉଥିଲୁ କିନ୍ତୁ ଆମ ଅଲଗା ରହିବାର ସବୁଠୁ ବେଶି କ୍ଷତି ସହୁଥିଲା ଆମ ପାଞ୍ଚବର୍ଷର ପୁଅ ମିଲୁର କଅଁଳିଆ ମନ। ବାବାମା’ କୁ […]

ଡାହାଣୀ

ନବରଙ୍ଗପୁରର ଚନ୍ଦାହାଣ୍ଡି ବ୍ଲକକୁ ମୋର ବଦଳି ହେଇଥାଏ ପ୍ରୋଗ୍ରାମ ଅଫିସର ହିସାବରେ। ପାହାଡ଼ତଳି ଅଞ୍ଚଳରେ ବଣଜଙ୍ଗଲଘେରା ସୁନ୍ଦର ପରିବେଶରେ ବେଶ ଭଲରେ ଦିନଗୁଡା କଟିଯାଉଥାଏ।ସ୍ୱାମୀ, ପରିବାରକୁ ଦୂରରେ ଛାଡି ଆସିଥିବାର କଷ୍ଟ ମଧ୍ୟ ଭୁଲେଇ ଦେଇଥାଏ ଠିକାକାମବାଲୀ ଗପୁଡି ଫୁଲ। ସବୁଦିନ ସକାଳ ଆଉ ସନ୍ଧ୍ୟାରେ ଆସି ଘରକାମ କରିବା ସାଙ୍ଗେ ସାଙ୍ଗେ ପରିବାକଟା, ଅଟାଚକଟା ଆଦି କାମ ବି କରିଦେଇଯାଏ ସେ। ଭାରି ସ୍ନେହୀ ସେ ହେଲେ ଦୁଃଖିନୀଟିଏ। ଘରକୁ ଗଲେ ଆରମ୍ଭ ହେଇଯାଏ ସ୍ୱାମୀ […]

ଲେଉଟା ଚକୁଳି

ହଷ୍ଟେଲରୁ ଯେତେବେଳେ ଘରକୁ ଯାଉଥିଲି, ଫେରିବାଦିନ ବୋଉ ଯେମିତି ହେଲେ ଲେଉଟା ଚକୁଳି ବନଉଥିଲା। ସବୁବେଳେ କୁହେ, “ଲେଉଟା ଚକୁଳି ଖାଇଲେ ଶୀଘ୍ର ଘରକୁ ଫେରିବୁ।” ମୁଁ ହଷ୍ଟେଲ ଛାଡ଼ିଲି, ଚାକିରୀ କଲି ଆଉ ତା’ପରେ ଶାଶୂଘରକୁ ବି ଚାଲିଗଲି। ହେଲେ ଯେବେ ବି ଘରକୁ ଯାଏ, ଫେରିଲାବେଳକୁ ବୋଉ ଓଲଟା ଚକୁଳି ନ ଖୁଆଇ ଛାଡେନି ମୋତେ। ବୋଉର ଓଲଟା ଚକୁଳି ଖାଇ ମୁଁ ଶୀଘ୍ର ଘରକୁ ଲେଉଟେ କି ନାହିଁ ଜାଣେନା। କେବେ ଦୁଇମାସ […]

ପାଦ

ଆମର ବୁଢ଼ାମେଳ ଭିତରେ ଖାଲି ଖୋକାବାବୁ ହିଁ ଥିଲେ ଯିଏ ଟୋକାମନ ନେଇ ରହିଥିଲେ। ହଁ, ନ ବି ରୁହନ୍ତେ ବା କିପରି!! ଯେତେବେଳେ ଆମେ ବୁଢ଼ାମାନେ ସବୁ ନିଜ ପୁଅବୋହୁଙ୍କ ନାଁ ରେ ଅଭିଯୋଗ ସବୁ ବାଢୁଥାଉ, କେବଳ ଖୋକାବାବୁ ହିଁ ନିଜ ପୁଅବୋହୁଙ୍କୁ ପ୍ରଶଂସାରେ ପୋତି ପକାନ୍ତି। ହଁ, ଏଥିରେ କଣ ବା ଆଶ୍ଚର୍ଯ୍ୟ ହେବାର ଅଛି!! ପଇସା ଅଛି। ପୁଅବୋହୂ ନାତିନାତୁଣୀରେ ଭରପୁର ଘର। ଖାଲି ଯାହା ହସଖୁସି ମଜାମଜଲିସ କରି ଶେଷଦିନଗୁଡା […]

ଭୂତଗପ (୨)

  (ବିଶେଷ ଦ୍ରଷ୍ଟବ୍ୟ: ବହୁ ପାଠକଙ୍କ ଅନୁରୋଧ ଯୋଗୁଁ ମୁଁ ଭୂତଗପ-୨ ଲେଖିଛି। ଯେଉଁ ବନ୍ଧୁମାନେ ଭୂତଗପ-୧ ପଢିଛନ୍ତି ସେମାନେ ଆଗକୁ ବଢନ୍ତୁ। ଯେଉଁ ବନ୍ଧୁମାନେ ପଢି ନାହାନ୍ତି ଦୟାକରି ପ୍ରଥମେ ସେଇ ଗପଟି ପଢନ୍ତୁ ଆଉ ତା’ପରେ ଏଠିକି ଆସନ୍ତୁ।) ଗତ ରାତିର ସବୁକଥା ଶୁଣି ସାରିଲାପରେ ତରୁଣ ମୁହଁରୁ ହସ ଲିଭିଗଲା। ସେ କହିଲା, “ସତ୍ୟ, ତୁ ଯଦି କାଲି ରାତିରେ ଛାତ ଉପରେ ଥିଲୁ ଆଉ ସେଇଠି ହିଁ ଶୋଇପଡ଼ିଲୁ, ତାହେଲେ କାଲି […]

ଭୂତଗପ (1)

ସେଦିନ ରାତିଅଧରେ ହଠାତ୍ ମୋ ନିଦ ଭାଙ୍ଗିଗଲା। ରାତିରେ ପଢୁ ପଢୁ ସେମିତି ଶୋଇପଡିଥିଲି ଆଉ ଝରକାଟା ବନ୍ଦ କରିବାକୁ ଭୁଲି ଯାଇଛି। ଆଉ ସେଥିପାଇଁ ରାତିସାରା ମଶାଗୁଡା ମୋ ଉପରେ ପିକନିକ କରିଛନ୍ତି। ମୁଁ ଉଠିକି ଝରକା ପାଖକୁ ଆସିଲି ତାକୁ ବନ୍ଦ କରିବାକୁ। ହାତ ବଢ଼େଇ ବାହାରପଟେ ଥିବା ଝରକା କବାଟଟାକୁ ଟାଣୁଛି ହଠାତ୍ ସତ୍ୟର ବସା ଉପରକୁ ନଜର ଗଲା। ସତ୍ୟ ମୋ ଗାଁ ପିଲା ଆଉ ସେ ସେଇ ବସାରେ ଆମର […]

ସ୍ୱାଧୀନତା

ବହୁତ ପାଠ ପଢି ବଡ କମ୍ପାନୀରେ ଗୁଡ଼ାଏ ପଇସା କମାଉଥିବା ସ୍ଵାଧୀନଚେତା ଝିଅ ମାନିନୀ। ଖୋଲା ଆକାଶରେ ଉଡିବା ପାଇଁ ତା ଜନ୍ମ। ଗୋଟାଏ ବଗିଚାରୁ ଆଉ ଗୋଟାଏ ବଗିଚାକୁ ପ୍ରଜାପତି ଭଳି ଘିରି ଘିରି ହେଇ ଘୁରି ବୁଲିବା ତା ଅଭ୍ୟାସ। ସାଙ୍ଗସାଥି, ପାର୍ଟିପିକନିକ, ମଜାମଜଲିସରେ ଭରପୁର ତା ଜୀବନ। ହେଲେ ବାହାଘର ପରେ?? କିଏ ଦବ ଏଇ ସ୍ୱାଧୀନତା?? ଏମିତି ଖୋଲା ଜୀବନ?? ସାଙ୍ଗମାନଙ୍କଠୁ ଶୁଣୁଥିଲା ବାହାଘରପରେ କେମିତି ସବୁ ବଦଳି ଯାଏ। ବହୁତ […]