ଅନୁସରଣ

ଟ୍ରେନଯାତ୍ରା ଥରେ ଥରେ ବହୁତ ବୋରିଂ ତ ଥରେ ଥରେ ବହୁତ ମଜାଳିଆ ହେଇଯାଏ। ଏଇଟା ପୁରାପୁରି ନିର୍ଭର କରେ ଆପଣଙ୍କ ସହଯାତ୍ରୀଙ୍କ ଉପରେ। ଆଉ ଥରେ ଥରେ ଟ୍ରେନଯାତ୍ରା ଜୀବନରେ ବହୁତ କିଛି ଶିଖେଇଦେଇ ବି ଯାଏ। ସେମିତି ପୁରୀରୁ ସମ୍ବଲପୁର ଯାଉ ଯାଉ ଏଇ ମଉସାଜଣକ ଭେଟ ହେଇଯାଇଥିଲେ ଟ୍ରେନରେ। ଭୁବନେଶ୍ୱରୁ ଚଢ଼ିଥିଲେ ସେ।ଗପୁଡା ଲୋକ।ଆଖପାଖ ସମସ୍ତଙ୍କ ସାଙ୍ଗରେ ଭାବଦୋସ୍ତି ଜମେଇ ଭଲ ଆସରଟିଏ ତିଆରି କରିଥିଲେ ସେ। କୋଉ ଗୋଟିଏ ଆଇଆଇଟି ପ୍ରଫେସରଙ୍କୁ […]

ଚକୁଳି ପିଠା

ଚକୁଳି ପିଠାପ୍ରତି ଅହେତୁକ ଦୁର୍ବଳତା ମୋର।ସାଧାରଣ ଦିନଗୁଡ଼ିକରେ ଦୁଇପଟ ରୁଟି ଖାଉଥିଲା ବେଳେ ବୋଉ ଚକୁଳି ପିଠା ତିଆରି କରିଥିବା ଦିନ ୬-୭ ଟା ଚକୁଳି ମୁଁ ଆରାମରେ ହଜମ କରିଦେଇପାରେ। ତେଣୁ ମଣ୍ଡାଖିଆ ଅସୁରର ନାଁ ତାଳେ ତାଳେ ସାନଭଉଣୀ ଡାକେ ମତେ ଚକୁଳିଖାଇ ଅସୁରୁଣୀ। ଚକୁଳି ପ୍ରେମକୁ ହୃଦୟରେ ଧରି ବାପଘରୁ ଶାଶୂଘରେ ପାଦଦେଲି ମୁଁ। ବାହାଘରର ଦୁଇମାସ ପରେ ବଡ଼ ନଣନ୍ଦ ଆଉ ନଣନ୍ଦେଇ ଘରକୁ ଆସିଥିଲେ। ନଣନ୍ଦେଇଙ୍କର ତା’ପରଦିନ ଜନ୍ମଦିନ ଥାଏ। […]

କର୍ତ୍ତବ୍ୟ

କାନ୍ଦକାନ୍ଦ ମୁହଁନେଇ ମୋ ଆଗରେ ଠିଆ ହେଇରହିଥାଏ ମୀନାକ୍ଷୀ। ଏଇ କୋଡିଏ ଦିନ ହେଲା ସମ୍ବଲପୁର ପାଖ ଛୋଟ ଗୋଟାଏ ସହରରୁ ବଦଳି ହେଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷୟିତ୍ରୀ ହିସାବରେ ଜଏନ୍ କରିଛି ମୀନାକ୍ଷୀ। ମୁଁ ତା ମୁହଁକୁ ଚାହିଁ ଟିକେ କଠୋର ସ୍ୱରରେ କହିଲି, “ଦେଖ ମୀନାକ୍ଷୀ, ପିଲାଙ୍କ ପରୀକ୍ଷା ମୁଣ୍ଡ ଉପରେ। ଆଉ ତମେ ଵି ଜଏନ୍ କରି ମାସଟିଏ ଵି ହେଇନି। ଏତେ ଶୀଘ୍ର ସପ୍ତାହେ ପାଇଁ ତମକୁ ଛୁଟିଦବା ମୋ […]

ରଙ୍ଗ

ପୁଅ ବୋହୁଙ୍କ ଗାଡି ପହଞ୍ଚି ଯାଇଥିଲା। ନୂଆ ବୋହୂ ଘରେ ପାଦ ଦେଲା। ଶଙ୍ଖ ହୁଳୁହୁଳିରେ ଖଣ୍ଡମଣ୍ଡଳ କମ୍ପି ଉଠିଲା। ବୋହୂ ଦାଣ୍ଡ ଦୁଆରୁ ପିଠଉରେ ଚିତା ଲେଖିଲେଖି ଠାକୁରଘରଯାଏଁ ପହଞ୍ଚିଲା। ସେଠି ପିଢ଼ା ପକେଇ ପୁଅବୋହୂଙ୍କୁ ବସେଇ ଦେଲେ ବଡ଼ମା। ଗୋଟିଏ ଗୋଟିଏ କରି ଘରଲୋକମାନେ ମୁଦି, ହାର, କାନଫୁଲ ଇତ୍ୟାଦି ଉପହାର ପିନ୍ଧେଇଲେ ବୋହୂକୁ। ମୁହଁରେ ସୁନ୍ଦର ହସଟିଏ ଲାଖି ରହିଥାଏ ବୋହୂର ମୁହଁରେ ସମସ୍ତଙ୍କଠୁ ଉପହାର ଗ୍ରହଣ କଲାବେଳେ। ଆଗେଇ ଆସିଲେ ସକାଳୁ […]