ତିରୁପତି ଗପ

ଆଜି ତିରୁମାଲା ତିରୁପତିରେ ପ୍ରଭୁ ଭେଙ୍କଟେଶ୍ୱରଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବା ବେଳେ ଜଣେ ଅଚିହ୍ନା କିନ୍ତୁ ଅମାୟିକ ଭଦ୍ର ମହିଳା ଆସି ପଚାରିଲେ- ଆପଣ ସୁଲଗ୍ନା ମ୍ୟାଡ଼ମ କି? ମୁଁ ଟିକିଏ ଆଶ୍ଚର୍ଯ୍ୟ ହେଲି । ଏଇ ତିରୁପତିରେ ପୁଣି ମୋର କିଏ ଚିହ୍ନା!! ମୁଁ ମୁଣ୍ଡ ହଲେଇ ଉତ୍ତର ଦେଲି- ହଁ ଆଉ ତା’ପରେ ଟିକିଏ ଦୋଦୋପାଞ୍ଚ ହେଇ ପଚାରିଲି- ଆପଣ…!! ସେ କହିଲେ- ମୁଁ ଆପଣଙ୍କୁ ଫେସବୁକରୁ ଜାଣିଛି। ଆପଣଙ୍କ ଗପ ମତେ ବହୁତ ଭଲ ଲାଗେ । ଆପଣଙ୍କୁ ସେଠି ବସିଥିବାର ଦେଖିଲି । ସେଥିପାଇଁ ଆଗକୁ ଯାଇ ପୁଣି ଫେରି ଆସିଲି ପଚାରିବାକୁ ଆପଣ ସୁଲଗ୍ନା ମ୍ୟାଡ଼ମ କି ନୁହେଁ ବୋଲି।

ମୁଁ ଭଦ୍ର ମହିଳା ଜଣଙ୍କର କଥାରେ ଅଭିଭୂତ ହେଇଗଲି ଆଉ ପଚାରିଲି ତାଙ୍କ ନାଁ । ଜାଣିଲି ସେ ହେଲେ ପ୍ରିୟଙ୍କା ମ୍ୟାଡ଼ମ । ମୁଁ ତାଙ୍କୁ ଧନ୍ୟବାଦ ଜଣେଇଲି ଆଉ ଭିଡରେ ଆମେ ଦୁହେଁ ପୁଣି ଅଲଗା ଅଲଗା ହେଇଗଲୁ ।

ପ୍ରିୟଙ୍କା ମ୍ୟାଡ଼ମଙ୍କୁ ମୁଁ ଆଉ ଖୋଜି ପାଇନି। ହେଲେ ଏତିକି କହିବି ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କରିବା ପୂର୍ବରୁ ମୋର ସେଇଠି ଦେବୀ ଦର୍ଶନ ନିଶ୍ଚିତ ରୂପେ ହେଇଗଲା । କାରଣ ମୋ ମତରେ ଲେଖକ ଲେଖିକା ମାନଙ୍କର ସାହିତ୍ୟ ଯଦି ସାଧନା ହୁଏ ତାହେଲେ ପାଠକ ପାଠିକା ହେଲେ ତାଙ୍କର ପ୍ରଥମ ଈଶ୍ୱର? ନୁହେଁ କି??

ପ୍ରିୟଙ୍କା ମ୍ୟାଡ଼ମ ଯଦି ମୋର ଏଇ ଲେଖା କେବେ ଦେଖନ୍ତି ତେବେ କେବଳ ଏତିକି କହି ରଖିବାକୁ ଚାହିଁବି ଯେ ଧନ୍ୟବାଦ ମାଡ଼ମ । You just made my day। ଆଉ ଆଶା କରୁଛି ମୋ ଲେଖା ମତେ ସଦାବେଳେ ଆପଣଙ୍କ ଭଳି ଏମିତି ସୁନ୍ଦର ସୁନ୍ଦର ଲୋକଙ୍କର ଆଉରି ପାଖକୁ ଆଣୁଥାଉ। #ଜୟଗୋବିନ୍ଦା

Leave a Reply