Happy Friendship Day

ସ୍କୁଲରେ ଶେଷବେଞ୍ଚରେ ତୁମସାଙ୍ଗରେ ବସି ଦୁଷ୍ଟାମୀ କରୁଥିବା ସାଙ୍ଗ, ଟିଉସନ ଯିବାପାଇଁ ତମକୁ ସବୁଦିନ ଡାକିବାକୁ ଆସୁଥିବା ସାଙ୍ଗ, ଲୁଚେଇକି ସବୁଦିନ ତୁମପାଇଁ ଆଚାର ନହେଲେ ବରକୋଳି ଆଉ ଲୁଣଲଙ୍କା ଆଣୁଥିବା ସାଙ୍ଗ, ତୁମ ଟିଫିନ ବାକ୍ସକୁ ସବୁଦିନ ଜଗିକି ରହୁଥିବା ସାଙ୍ଗ, ତୁମକୁ ଜୀବନର ପ୍ରଥମ ସିଗାରେଟ ଟାଣିବା ଶିଖେଇଥିବା ସାଙ୍ଗ, ଲୁଚିକି ତୁମ ସାଙ୍ଗରେ ସବୁ ସିନେମା ଦେଖିବାକୁ ଯାଉଥିବା ସାଙ୍ଗ, କ୍ଲାସରେ କିଏ କାହାକୁ ଭଲ ପାଇଲା ସେ ସବୁ ଖବର ତୁମକୁ ଯୋଗାଉଥିବା ସାଙ୍ଗ, କୁଆଡେ ଖାଇବାକୁ ଗଲେ କେବେ ବି ପର୍ସରୁ ଟଙ୍କାଟିଏ ନ କାଢୁ ଥିବା ସାଙ୍ଗ, କେବେ କିଛି ପଢିନି କହି କ୍ଲାସରେ ଫାଷ୍ଟ ହଉଥିବା ସାଙ୍ଗ, ତୁମ ପ୍ରେମିକାକୁ ତୁମ ପ୍ରଥମ ପ୍ରେମପତ୍ର ନେଇ ଦେଇଥିବା ସାଙ୍ଗ, ତୁମ ବ୍ରେକଅପ ପରେ ତୁମ ଏକ୍ସ ପ୍ରେମିକକୁ ତୁମଠୁ ଅଧିକା ଗାଳି ଦେଇଥିବା ସାଙ୍ଗ, ହଷ୍ଟେଲରେ ତୁମକୁ ଜର ହେଲେ ତୁମ ସାଙ୍ଗରେ ସାରା ରାତି ଉଜାଗର ରହିଥିବା ସାଙ୍ଗ, ତୁମେ କେବଳ ତାକୁ ଦେଖି ‘ଅଛି’ ବୋଲି ପଚାରିଲେ ନିଜ ପକେଟରୁ ପୁଡିଆ କାଢି ତମକୁ ଧରେଇ ଦେଉଥିବା ସାଙ୍ଗ, ତୁମକୁ ସବୁବେଳେ ଶପିଂକୁ ଟାଣୁଥିବା ସାଙ୍ଗ, ଅଫିସରେ ତୁମ ସାଙ୍ଗେ ସବୁଦିନ ଲଞ୍ଚ କରୁଥିବା ସାଙ୍ଗ, ତୁମ ବାହାଘରରେ ସବୁଠୁ ବେଶୀ ନାଚିଥିବା ସାଙ୍ଗ, ଫେସବୁକରେ ନଥିବା କିନ୍ତୁ ତୁମ ଜନ୍ମଦିନ ମନେରଖି ତୁମକୁ ଫୋନ କରୁଥିବା ସାଙ୍ଗ, ଫେସବୁକରେ ଥାଇ ବି ତୁମ ସାଙ୍ଗେ କେବେ ବି ନ ଗପୁ ଥିବା ସାଙ୍ଗ, ହ୍ୟାଟ୍ସଆପରେ ତୁମକୁ ଦିନରାତି ଫରୱାଡେଡ ମେସେଜ ପଠାଉଥିବା ସାଙ୍ଗ, ତୁମକୁ ଠିକଣା ସମୟରେ ସବୁବେଳେ ଠିକ ଉପଦେଶ ଦେଉଥିବା ସାଙ୍ଗ, ତୁମେ ‘ଭୁଲ’ କି ‘ଠିକ’ ବୋଲି ବିଚାର ନ କରି ତୁମକୁ ଖାଲି ‘ସାଙ୍ଗ’ ଭାବୁଥିବା ସାଙ୍ଗ, ଆଉ ଯାହା ସାଙ୍ଗରେ ଆଜିକାଲି ଆଉ ବେଶୀ କଥା ହେଇ ହୁଏନି କିନ୍ତୁ ଯେବେ ବି କଥାଟି ହୁଏ ଶେଷ ଥର ଯେଉଁଠି ସରିଥିଲା ସେଇଠୁ ଆରମ୍ଭ ହୁଏ ସେଇ ସାଙ୍ଗ: ଏଇ ସମସ୍ତ ମନେଥିବା, ମନେ ନ ଥିବା ଆଉ ଝାପସା ମନେ ଥିବା ସାଙ୍ଗମାନଙ୍କୁ ଆଜି Happy Friendship Dayର ବହୁତ ବହୁତ ଅଭିନନ୍ଦନ |

Leave a Reply