ମାତୃତ୍ଵ- ଏକ ଭାବନା, ଏକ ଅନୁଭୂତି

କିଛିଦିନ ତଳେ ମୋ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଖାତା ଦେଖା ଚାଲିଥିଲା। ନିଜ ନିଜ ଶ୍ରେଣୀର ପରୀକ୍ଷା ଖାତାର ମୂଲ୍ୟାଙ୍କନ ସରିବାପରେ ତାକୁ ନେଇ ପରୀକ୍ଷା ବିଭାଗରେ ଜମା ଦେବାର ଦାୟିତ୍ୱ ଥିଲା ଶ୍ରେଣୀ ଅଧ୍ୟାପକ ଆଉ ଅଧ୍ୟାପିକାଙ୍କ ଉପରେ। ଆମେ ସମସ୍ତେ ନିଜ ନିଜ ଶ୍ରେଣୀର ଉତ୍ତର ଖାତାଗୁଡିକ ନେଇ ଜମା ଦେଲୁ ପରୀକ୍ଷା ବିଭାଗରେ। କିନ୍ତୁ ହଠାତ୍ ଗୋଟିଏ ଶ୍ରେଣୀର ଖାତା ଗୁଡିକର ହିସାବ ସେଠି ମିଳିଲା ନାହିଁ। ସେ ଶ୍ରେଣୀ ଦାୟିତ୍ୱରେ ଥିବା ଅଧ୍ୟାପିକା […]

ଲୋକେ ବୋଲିବେ କଣ

ବିବାହ ଏକ ପବିତ୍ର ଅନୁଷ୍ଠାନ | କୁହନ୍ତି ଵିଵାହଟିଏ ସମ୍ପନ୍ନ ହେଲେ ସାତ ପୁରୁଷ ବନ୍ଧୁ ବାନ୍ଧନ୍ତି ଆଉ ଦୁଇଟି ଆତ୍ମା ପରସ୍ପରର ହେଇଯାନ୍ତି ସାତ ଜନ୍ମପାଇଁ | ପୁରୁଣା କାଳରେ ବାହାଘର ହେଲେ ଗାଁ ଲୋକଙ୍କୁ ଭୋଜି ଦେବା ନଜିର ଅଛି | ଖାଇପିଇ ନବବିବାହିତଙ୍କୁ ଆଶୀର୍ବାଦ କରି ଫେରିଯାଉଥିଲେ ସେମାନେ | ତେବେ ସମୟ କ୍ରମେ ଆମ ବିବାହ ପଦ୍ଧତ୍ତିରେ ବିଭିନ୍ନ ପରିବର୍ତ୍ତନ ଆସିଛି | ଆସିବା କଥା ମଧ୍ୟ | ବିନା ପରିବର୍ତ୍ତନରେ […]

ସୋସିଆଲ ମିଡ଼ିଆ ସାହିତ୍ୟ

“ସୋସିଆଲ ମିଡ଼ିଆ ସାହିତ୍ୟକୁ ନଷ୍ଟ କରୁଛି |” ଏଇ ମତାମତଟି ବୋଧହୁଏ ପଚାଶଟି ବଡବଡିଆଙ୍କଠୁ ଶୁଣି ସାରିଥିବି | ତେବେ ଏଇ ମତାମତ ପାଇଁ ମୁଁ ସେମାନଙ୍କୁ ଦାୟୀ କରୁନି | ବୋଧହୁଏ ଦାୟୀ କେବଳ ସମୟ | ଆଜିର ଦିନରେ ଯେତେବେଳେ ନୂଆବୋହୂଟିଏ ଆସି ଗ୍ରାଇଣ୍ଡରରେ ଦୁଇ ମିନିଟରେ ମସଲା ବାଟିଦିଏ ସେତେବେଳେ ତା’ ଶାଶୁ ମନେମନେ ଭାବେ ବୋହୂର ଜୀବନ କାଇଁ ଏତେ ସହଜ? ମୁଁ ତ ଶିଳପୁଆରେ ଅଧଘଣ୍ଟା ଯାଏଁ ଝାଳନାଳ ହେଲେ […]

ଧରମ ପୁଅ

ବହୁତ ଦିନ ତଳର କଥା | ରସପୁର ଗାଁରେ ଗୋଟିଏ ସ୍ୱାମୀ ସ୍ତ୍ରୀ ରହୁଥିଲେ | ବାହାଘରର ବହୁତ ଦିନ ଯାଏଁ ତାଙ୍କର କିଛି ଛୁଆପିଲା ହଉ ନଥାଏ | ସ୍ୱାମୀ ସ୍ତ୍ରୀଙ୍କ ମନ ଭାରି ଦୁଃଖ | ତେବେ ଆର ସାହି ମାଉସୀର କଥାଶୁଣି କିଛି ଚେରମୂଳି ଆଣି ଖାଇଲା ସ୍ତ୍ରୀଟି | ସତକୁ ସତ ଚାରି ସପ୍ତାହ ପରେ ତା’ର ଦିନ ଗଡ଼ିଲା | ନ’ ମାସକୁ ତା କୋଳ ପୂରଣ କରି ଗୁଲୁଗୁଲିଆ […]

କହିଲେ କହିବ କହୁଛି

ଗତ ନଭେମ୍ବର ୨୭ ତାରିଖରେ ପଞ୍ଜାବର ଚଣ୍ଡୀଗଡ଼ରେ ୨୧ ବର୍ଷୀୟ ଏକ ଯୁବତୀଙ୍କ ସାଙ୍ଗରେ ଗଣବଳାତ୍କାର ଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି। ନିଜ ଷ୍ଟେନୋଗ୍ରାଫି କ୍ଲାସସାରି ରାତି ୭.୪୫ରେ ନିଜ ହଷ୍ଟେଲକୁ ଫେରିଲା ବେଳକୁ ଏକ ଅଟୋରେ ବସିବା ପରେ ସେଇ ଅଟୋରେ ଆଗରୁ ବସିଥିବା ଦୁଇଟି ବ୍ୟକ୍ତି ଓ ଅଟୋ ଡ୍ରାଇଭର ଦ୍ୱାରା ଏକ ନିଛାଟିଆ ସ୍ଥାନରେ ଝିଅଟି ବଳତ୍କାରର ଶିକାର ହେଇଥିଲା । ଆଉ ତାପରେ ଡିସେମ୍ବର ୩ ତାରିଖରେ ୟାକୁ ନେଇ […]

ରଜାପୁଅ ଆଉ ବିକଟାଳ ଅସୁର ଉପାଖ୍ୟାନ

କିଏ ରାଜା କିଏ ରାଣୀ? କିଏ ରଜାପୁଅ କିଏ ଅସୁର? କିଏ ନୀଳପରୀ କିଏ ଅସୁରୁଣୀ? କେବେ ଏକୁଟିଆ ସମୟରେ ଭଲରେ ଦର୍ପଣକୁ ଚାହିଁବ। ରଜାପୁଅ ମୁହଁ ଭିତରେ ଅସୁର ମୁହଁଟି ଉକୁଟିହେଇ ଉଠିବ। ଖାଲି ଲୋକ ନ ରହିବା ଦରକାର। ମୁହଁରୁ ମୁଖାଟା ଗଳିବାକୁ ବେଶୀ ସମୟ ଲାଗିବନି। ସେଥିପାଇଁ ନିଜେ କିଏ ଜାଣିବାକୁ ହେଲେ ଏକୁଟିଆ ରହିବାକୁ ପଡେ। ନିଜକୁ ଖୋଜିବାକୁ ପଡେ। ଭିଡରେ ଯିଏ ସିଏ ତମେ ନୁହେଁ। ତମଭଳି ଦିଶୁଛି ଖାଲି। […]

ଲକ୍ଷେ ଶିବ ପୂଜି ପାଇଛି ପୁଅ

ପୁଅଟିଏ ପାଇବାକୁ ହେଲେ କୁଆଡେ ଲକ୍ଷେ ଶିବ ପୂଜିବାକୁ ପଡେ। ଝିଅଟିଏ ପାଇଁ କାହାକୁ ପୂଜିବାକୁ ହୁଏ ମୁଁ ଜାଣିନି। ପୁଅ ହେଲେ ଲଡୁ ଜିଲାପି ରସଗୋଲା। ଝିଅ ହେଲେ? ସେଇଟା ବି ମୁଁ ଜାଣିନି। ଝିଅଟିଏ ଅପେକ୍ଷା ବାପମାଙ୍କ ପାଇଁ ପୁଅଟିଏ ଯେ କାହିଁକି ଅଧିକ ଅପେକ୍ଷିତ ତା’ର ବହୁତ ଗୁଡ଼ାଏ ରୁଢିବାଦୀ କାରଣ ଅଛି। ସେସବୁ ସମସ୍ତେ ଉଣାଅଧିକେ ଜାଣନ୍ତି। ମୁଁ ସେସବୁ ପୁଣିଥରେ ଆଲୋଚନା କରିବାକୁ ଚାହୁଁନି। ନିକଟରେ ଜଣେ ଉଚ୍ଚଶିକ୍ଷିତା ମହିଳା […]

ନୀଳ ତିମି ରାକ୍ଷସ ଓ ଉଦାସ ରଜାପୁଅ ଉପାଖ୍ୟାନ

ଟିଭି ଟ୍ୱିଟର ଫେସବୁକ ହ୍ଵାଟ୍ସଆପ ସବୁଆଡେ ଏବେ ନୀଳ ତିମିର ଆତଙ୍କ। ନୀଳ ତିମି ଖେଳ ମାନେ ବ୍ଲୁ େହ୍ୱଲ ଗେମ (Blue Whale Game)। ଆଜି ସମସ୍ତଙ୍କୁ ଜଣା ଏହା ଏକ ମାରାତ୍ମକ ମୃତ୍ୟୁର ଖେଳ; ଆତ୍ମହତ୍ୟାର ଖେଳ। ରୁଷିଆରେ ଏଇ ଖେଳର ଜନ୍ମ। କିନ୍ତୁ ଅଗଷ୍ଟ ମାସ ଆରମ୍ଭରେ ମୁମ୍ବାଇରେ ୧୪ ବର୍ଷୀୟ କିଶୋରଟିଏ ଆତ୍ମହତ୍ୟା କଲାପରେ ଭାରତରେ ଏଇ ଘାତକ ଖେଳଟିର ଉପସ୍ଥିତି ବିଷୟରେ ଜଣା ପଡିଥିଲା। ବର୍ତ୍ତମାନ ଏଇ ଘାତକ ଖେଳର […]