ଗଳ୍ପ କଥନ: ଏକ ମରିଯାଉଥିବା ପରମ୍ପରା

ସମଗ୍ର ବିଶ୍ୱର ଅନେକ ସଂସ୍କୃତିରେ ଗୋଟିଏ ବୃଦ୍ଧାଙ୍କ ଛବି ହେଉଛି ଏକ କଥାକାର ବା କାହାଣୀକାରର ସବୁଠାରୁ ଲୋକପ୍ରିୟ ଚିତ୍ର ପ୍ରତୀକ | ଯଦି ଏହାକୁ ଆମ ଭାରତୀୟ ପ୍ରସଙ୍ଗରେ ପ୍ରୟୋଗ କରାଯାଏ ତେବେ ଏହି ବୃଦ୍ଧାଙ୍କ ପ୍ରତୀକ ଭିତରେ ସମସ୍ତେ ନିଜ ଆଈ ବା ଜେଜେମା’ଙ୍କ ପ୍ରତିଛବିକୁ ପାଇପାରିବେ | ଏଇ ଆଈ ବା ଜେଜେମା ମାନେ ସେଇ ଯାଦୁକର ଥିଲେ ଯେଉଁମାନେ ନିଜ ଯାଦୁବାକ୍ସରୁ ବିଭିନ୍ନ ରକମର ପରୀ କାହାଣୀ ବାହାର କରି ମନୋରଞ୍ଜନ […]

ନାରୀ ଓ ସାମାଜିକ ଗଣମାଧ୍ୟମ

ଆଜିର ଶିକ୍ଷିତ ଓ ଆଧୁନିକ ସମାଜରେ ଖାଲି ପୁରୁଷ କାହିଁକି ଏମିତି ବହୁତ କମ ନାରୀ ମିଳିବେ ଯେଉଁମାନେ ସାମାଜିକ ଗଣମାଧ୍ୟମ ବ୍ୟବହାର କରନ୍ତି ନାହିଁ | ଅଧୁନା ସାମାଜିକ ଗଣମାଧ୍ୟମ ମନୁଷ୍ୟ ପାଇଁ ଏକ ବିଳାସ ନୁହେଁ ବରଂ ଏକ ଆବଶ୍ୟକତା ହେଇପଡିଛି | ଏପରିକି ବୟସ୍କା ନାରୀମାନେ ମଧ୍ୟ ସାମାଜିକ ଗଣମାଧ୍ୟମ ଦ୍ୱାରା ନିଜେ ପୁରୁଣା ବନ୍ଧୁମାନଙ୍କ ସହିତ ସଂଯୋଗ ସ୍ଥାପନା କରିବାରେ ସଫଳ ହେଉଛନ୍ତି | ଗତ କିଛି ବର୍ଷରେ ବରିଷ୍ଠ ନାଗରିକମାନେ […]

ଭୁଷ ପଣ୍ଡିତ ରିଅଲିଟି ଶୋ ଜଜ

ଗତବର୍ଷ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେମୁଁ ରଜ କ୍ୱିନ, ରଜ ସୁନ୍ଦରୀ କାର୍ଯ୍ୟକ୍ରମ ଗୁଡିକର ପ୍ରତିଯୋଗୀଙ୍କ ବହୁତ ଟ୍ରୋଲ୍ ଭିଡିଓ ଦେଖିଥିଲି | ଦେଖୁଥିଲି ଯେ ସେଇ ସବୁ ଭିଡିଓ ଲୋକମାନେ ସବୁ ସେଇ ପ୍ରତିଯୋଗୀ ଝିଅଙ୍କ ମୁର୍ଖତା କଥା କହୁଛନ୍ତି ହେଲେ ମୁଁ ଭାବିଲି କାହିଁ କେହି ତ କେବେ ସେଇ କାର୍ଯ୍ୟକ୍ରମ ଗୁଡିକରେ ଜଜ ବା ବିଚାରକ ଥିବା ଲୋକଙ୍କ କଥା କହୁନାହାନ୍ତି | ତେଣୁ ଭାବିଲି ଆମେ ସେଇ ଅଭଦ୍ର ବିଚାରକ ମାନଙ୍କ […]

ହେ ବସନ୍ତ ତୁମେ… ଆସିଗଲା ପରେ

ବସନ୍ତ ପଞ୍ଚମୀର ଦିନ ହେଲା ବୁଦ୍ଧିବିଦ୍ୟା ପ୍ରଦାୟିନୀ ମା’ ସରସ୍ବତୀଙ୍କର ପୂଜାର ଦିନ | ପାଠ ପଢୁଆ ପିଲାମାନେ ମା’ଙ୍କ ପୂଜା କରି ନିଜପାଇଁ ମାଗିନିଅନ୍ତି ଆଶୀର୍ବାଦ | କବି, ଲେଖକ ଓ କଳାକାରମାନେ ମା’ଙ୍କୁ ମାଗି ନିଅନ୍ତି କଳା ଓ ସାହିତ୍ୟର ଆରାଧନା କରିବାପାଇଁ ଶକ୍ତି ଓ ସାଧନ | ଏଇ ଦିନଟି ବସନ୍ତ ଋତୁର ଆଗମନର ସୂଚନା ଦିଏ ଓ ଏଇ ଦିନଟିରେ ସାନପିଲାଙ୍କର ଖଡିଛୁଆଁ ମଧ୍ୟ ହୁଏ | ଭାରତର ଅନେକ ରାଜ୍ୟ […]

ଓଡ଼ିଆ ଭାଷା ଓ ଆଜିର ସିନେମା ସଂଗୀତ

ଗତ ରଜ ଉପଲକ୍ଷେ ଚାରିଗୋଟି ଓଡ଼ିଆ ସିନେମା ଓଡ଼ିଶାର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଇଥିଲା | ଆଉ ସେଇ ସମୟରେ ସଂଗୀତ ବଜାରକୁ ଆସିଥିବା ଗୋଟିଏ ନୂଆ ଓଡ଼ିଆ ଗୀତ ବିଷୟରେ କିଛି ବନ୍ଧୁ ମତେ ସୂଚନା ଦେଇଥିଲେ | ତେବେ ସେଇ ଗୀତଟିକୁ ଆମେ ଓଡ଼ିଆ ଗୀତ ବୋଲି ଯେ କହିପାରିବା କି ନାହିଁ ଜାଣିନି | ତଥାପି ଲେଖିଦେଉଛି ଗୀତଟିର ଧାଡି ଗୁଡିକ | “ଏକ ନା ଏକ ଦିନ ୟେ କହାନି ବନେଗୀ | […]

କେତେ ଗୁରୁତ୍ୱପୂର୍ଣ ଶବରୀମାଲା ବିବାଦ?

ଆଜି ଶବରୀମାଲା ବିବାଦ ପାଇଁ କେରଳ ଜଳୁଛି | କେରଳ ଆଉ ତାମିଲନାଡୁ ରାଜ୍ୟର ସୀମାନ୍ତରେ ରହୁଥିବାରୁ ମୁଁ ସବୁଦିନ ପ୍ରତ୍ୟକ୍ଷ ରୂପେ ଦେଖୁଛି ସାଧାରଣ ଜନତାଙ୍କ ଦୁଃଖ କ୍ରୋଧ ତଥା ଅଭିମାନ | ତେବେ ଆଜିର ରଚନାରେ ମୁଁ ଏଇ ବିବାଦକୁ ତିନୋଟି ଭିନ୍ନ ପରିପ୍ରେକ୍ଷୀରୁ ବିଚାର କରି ନିଜ ମତ ରଖିବାକୁ ଚାହୁଁଛି | ମୋର ପ୍ରଥମ କାରଣଟି ହୁଏତ ଅନେକ ଲୋକ ଆଗରୁ କହି ସାରିଥିବେ | ତେବେ ମୁଁ ପୁଣିଥରେ ସମସ୍ତଙ୍କୁ […]