ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କଳାକାର ଅଭାବ: ଏକ ବିଶ୍ଳେଷଣ

ଆଜ୍ଞା ହଁ | ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କଳାକାରଙ୍କ ଅଭାବ | ଆଗରୁ ଲାଗୁଥିଲା ଏଇ ଇଣ୍ଡଷ୍ଟ୍ରିରେ କେବଳ ଭଲ କାହାଣୀର ଅଭାବ | ହେଲେ ନାଁ | ଏବେ ଜଣା ପଡ଼ିଲାଣି ଯେ ଏଇ ଇଣ୍ଡଷ୍ଟ୍ରିରେ ଅଭିନେତା ଓ ଅଭିନେତ୍ରୀଙ୍କର ମଧ୍ୟ ଘୋର ଅଭାବ | ଆପଣ ନିହାତି ଭାବୁଥିବେ ଏ କେମିତି କଥା? ଓଡିଶାରେ ଏତେ ସିନେମା ହଉଚି | ଏତେ ସିରିଏଲ ହଉଚି | ଏତେ ମ୍ୟୁଜିକ ଭିଡିଓ ହଉଚି | ତାହେଲେ […]

ସହଯାତ୍ରୀ

– ତୁ ଯାଉଛୁ? – ହଁ | – ତୁ ତ କହିଥିଲୁ ସବୁଦିନ ପାଇଁ ରହିବୁ ବୋଲି? – ସେତେବେଳେ ଜାଣି ନଥିଲି | – କଣ ଜାଣି ନଥିଲୁ? – ଯେ ମତେ କାଲି କେହି ଜଣେ ଆସି ଏଠୁ ନେଇଯିବ ବୋଲି | – ତାହେଲେ ମୋ ସାଙ୍ଗେ କାଇଁ ଆସୁଥିଲୁ? – ମୁଁ ତୋ ସାଙ୍ଗରେ ଆସୁଥିଲି ନା ତୁ ମୋ ସାଙ୍ଗରେ ଆସୁଥିଲୁ? – ତୁ ଡ଼ରିଲୁ ବୋଲି ମୁଁ […]

ନୀଳାଚଳ ନିବାସ

(Photo courtesy: Mr Sambeet Das)  ଭାଗ ୧- କାନିକା ଉପାଖ୍ୟାନ ଆଜିର ଚରିତ୍ର ବଡଭାଇ: ଘରର ମୁରବୀ ଶଙ୍କର୍ଷଣ ଚୌଧୁରୀ, ବୟସ ୩୬ ସାନଭାଇ: ପରଂବ୍ରହ୍ମ ଚୌଧୁରୀ ଓରଫ ପରମ ବୟସ ୩୧ ସାନଭଉଣୀ: ଯୋଗମାୟା ଚୌଧୁରୀ ଓରଫ ମାୟା, ବୟସ ୨୬ ଜୟ: ଘରର ଚାକର ଆଉ ରୋଷେଇଆ, ବୟସ ୩୪ ଶ୍ରୀୟା ପରିଜା: ଫୁଡ ବ୍ଲଗର, ବୟସ ୨୮ ଦୃଶ୍ୟ ୧ ସ୍ଥାନ: ନୀଳାଚଳ ନିବାସ, ବୈଠକ ଖାନା ଦିନ: ଏପ୍ରିଲ ୧୪, […]

ବେଳହୁଁ ଥାଅ ସାବଧାନ

ଭାରତରେ ସେକ୍ସ ସ୍କ୍ୟାଣ୍ଡଲ କିଛି ନୂଆ ନୁହେଁ | ରାଜନୀତିଜ୍ଞ, ପ୍ରଭାବଶାଳୀ ଲୋକଙ୍କର ଏଭଳି ସିଡ଼ି, ଡିଭିଡି ଉଣା ଅଧିକେ ପ୍ରାୟ ଦେଖିବାକୁ ମିଳେ | ତେବେ କିଛି ବର୍ଷ ଧରି ସାଧାରଣ ଜନତା ଏହାର ବହୁଳ ଭାବରେ ଶିକାର ହେବାର ଦେଖା ଯାଇଛି | ଝିଅମାନଙ୍କର ଅଗୋଚରରେ ପାର୍କରେ, ହୋଟେଲରେ, ବାଥରୁମରେ, ଶପିଂ ମଲର ଟ୍ରାୟଲ ରୁମରେ ତାଙ୍କର ଅଶାଳୀନ ଭିଡିଓ ଶୁଟିଂ କରି ତାକୁ ଇଣ୍ଟରନେଟରେ ଛାଡିବା ଏକ ନିୟମିତ ଘଟଣା ପରି ପ୍ରତୀତ […]

ପରିବାର ବାହାରେ ପରିବାରଟିଏ

ଏଇ ଲେଖାଟି ପୋଷ୍ଟ କରୁକରୁ ସପ୍ତାହେ ଡେରି ହେଇଗଲା | ଟ୍ରାଭେଲ କରୁଥିଲି | କାଲି ଖରାଛୁଟିର ଶେଷଦିନ ଥିଲା | ଏଣୁ ଆଜି ପୋଷ୍ଟ କଲି | ତେବେ ବିଶ୍ୱାସ କରନ୍ତୁ ମୋ ଭାବନା ଏବେ ବି ସେମିତି ଅଛି ଯେମିତି ଏଇ ଦିନଟିରେ ଥିଲା | ଆଜ୍ଞା ହଁ | ସେଇ ଦିନଟି ଥିଲା ୨୧ ମେ | ମଙ୍ଗଳ ବାର | ହଠାତ ଦିନ ଦିପହରେ ଠିକ୍ ହେଲା ମୁଁ ମୋର କିଛି […]

ଧାନବିଲ ଖସଖସ

ମୁଁ ରାଜନୈତିକ ପୋଷ୍ଟ କରେନି | ଏ କଥା ପ୍ରାୟ ମତେ ସବୁବେଳେ ପଢ଼ୁଥିବା ପାଠକ ପାଠିକା ମାନେ ଜାଣନ୍ତି | ମୋର ନିଜସ୍ୱ ଗୋଟିଏ ମତ ଅଛି ଆଉ କିଛି ନେତା ଓ ନେତ୍ରୀ ଅଛନ୍ତି ଯାହାଙ୍କୁ ମୁଁ ଭଲ ପାଏ ଓ ସମର୍ଥନ କରେ | ତେବେ ସେସବୁ କଥା ମୁଁ ଫେସବୁକରେ ଲେଖେ ନାହିଁ କାରଣ ମୁଁ ଦେଖିଚି ଯେଉଁଠି ରାଜନୈତିକ ପୋଷ୍ଟ ହୁଏ ସେଇଠି ସକାରାତ୍ମକ ଠାରୁ ନକାରାତ୍ମକ ଲୋକ ଓ […]

ତିରୁପତି ଗପ୨

ତିରୁମାଲାର ସାତୋଟି ପାହାଡମାଳା ଉପରେ ରାଜୁତି କରନ୍ତି ରାଜଧିରାଜ ପ୍ରଭୁ ଭେଙ୍କଟେଶ୍ୱର। ସେ ହେଲେ ଐଶ୍ୱର୍ଯ୍ୟମୟ ଠାକୁର। ସୁନାରେ ତିଆରି ତାଙ୍କ ମନ୍ଦିର। ଆଉ ଠାକୁର ନିଜେ ସୁନାରୂପାରେ ଜୁଡୁବୁଡୁ | ପୁଣି ସେ ଥିଲେ ଦୁନିଆର ସବୁଠୁ ଧନୀ ଠାକୁର। ହେଲେ ଶୁଣିଲି ସାଇବାବା ଏବେ କୁଆଡେ ତାଙ୍କୁ ଟପି ଯାଇଛନ୍ତି ସମ୍ପତ୍ତିରେ। ଆଉ ଫେର ଧାଡିରେ ଅଛନ୍ତି କେରଳରେ ଅବସ୍ଥାପିତ ପ୍ରଭୁ ପଦ୍ମନାଭ ସ୍ୱାମୀ । ତାଙ୍କ ସମ୍ପତ୍ତିର ହିସାବ ହେଇ ପାରୁ ନାହିଁ […]

ତିରୁପତି ଗପ

ଆଜି ତିରୁମାଲା ତିରୁପତିରେ ପ୍ରଭୁ ଭେଙ୍କଟେଶ୍ୱରଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବା ବେଳେ ଜଣେ ଅଚିହ୍ନା କିନ୍ତୁ ଅମାୟିକ ଭଦ୍ର ମହିଳା ଆସି ପଚାରିଲେ- ଆପଣ ସୁଲଗ୍ନା ମ୍ୟାଡ଼ମ କି? ମୁଁ ଟିକିଏ ଆଶ୍ଚର୍ଯ୍ୟ ହେଲି । ଏଇ ତିରୁପତିରେ ପୁଣି ମୋର କିଏ ଚିହ୍ନା!! ମୁଁ ମୁଣ୍ଡ ହଲେଇ ଉତ୍ତର ଦେଲି- ହଁ ଆଉ ତା’ପରେ ଟିକିଏ ଦୋଦୋପାଞ୍ଚ ହେଇ ପଚାରିଲି- ଆପଣ…!! ସେ କହିଲେ- ମୁଁ ଆପଣଙ୍କୁ ଫେସବୁକରୁ ଜାଣିଛି। ଆପଣଙ୍କ ଗପ ମତେ […]

ବୋଉ: ଏକ ଭାବନା

ମା’ ଶବ୍ଦର ଅନେକ ପ୍ରତିଶବ୍ଦ ଅଛି | ପୂର୍ବ ପଶ୍ଚିମ ଆଉ ଉତ୍ତର ଭାରତୀୟ ଭାଷାଗୁଡିକରେ ପ୍ରାୟତଃ ଡାକନ୍ତି ମା, ମାମା, ଅମ୍ମୀ ଆଉ ଦକ୍ଷିଣ ଭାରତରେ ଆମ୍ମା | ଟିକିଏ ଇଂରାଜୀ ପବନ ବାଜିଲେ ପୁଣି ଡକାହୁଏ ମମି, ମମ୍, ମାମା | ପୁଣି ଗେହ୍ଲାରେ କିଏ ଡାକେ ମିମି କି ମାମି ଆଉ କେତେ କଣ | ତେବେ ଏଇ ସବୁ ଶବ୍ଦ ଗୋଟିଏ ପ୍ରାୟତଃ ଏକ ଭଳି ଲାଗେ | ସେଇ ମା’ […]

ଓଡ଼ିଆ ଭାଷା ଓ ଆଜିର ସିନେମା ସଂଗୀତ

ଗତ ରଜ ଉପଲକ୍ଷେ ଚାରିଗୋଟି ଓଡ଼ିଆ ସିନେମା ଓଡ଼ିଶାର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଇଥିଲା | ଆଉ ସେଇ ସମୟରେ ସଂଗୀତ ବଜାରକୁ ଆସିଥିବା ଗୋଟିଏ ନୂଆ ଓଡ଼ିଆ ଗୀତ ବିଷୟରେ କିଛି ବନ୍ଧୁ ମତେ ସୂଚନା ଦେଇଥିଲେ | ତେବେ ସେଇ ଗୀତଟିକୁ ଆମେ ଓଡ଼ିଆ ଗୀତ ବୋଲି ଯେ କହିପାରିବା କି ନାହିଁ ଜାଣିନି | ତଥାପି ଲେଖିଦେଉଛି ଗୀତଟିର ଧାଡି ଗୁଡିକ | “ଏକ ନା ଏକ ଦିନ ୟେ କହାନି ବନେଗୀ | […]