ସକାଳୁ ଭାରି ଗରମ ପଡିଛି ଆଜି। ସୀତାମ୍ମାର ବାଇଗଣୀ ଶାଢ଼ୀପିନ୍ଧା ଦେହ ଗୋଟାପଣେ ଓଦା। ମୁଣ୍ଡରେ ଖୋସା। ଦୁଇ ନାକରେ ନଥ। ହାତ କିନ୍ତୁ ଲଙ୍ଗଳା। ସେଇ ଲଙ୍ଗଳା ହାତରେ ଆମ୍ବଖଟାକୁ ଜୋର୍ ଜୋରରେ ଘାଣ୍ଟି ଚାଲିଥିଲା ସୀତାମ୍ମା। କେଜାଣି ଆଜି ପୁଣି ପିଲାମାନେ କଣ କହିବେ!! ଗାଁରେ ତା’ ରୋଷେଇର ଭାରି ନାଁ ଡାକ ଥିଲା। ସେଥିପାଇଁ ସହରକୁ ଆସି ଭାବିଥିଲା ଏଇ ରୋଷେଇ କଳାଟି ହିଁ ତାକୁ ସାହାଯ୍ୟ କରିବ ତା’ ପେଟ ପୋଷିବାପାଇଁ। […]
Month: May 2017
ତୁମେ ରବେ ନୀରବେ (You are in Silence, You are in Muse ❤️❤️)

ଅଧଲେଖା ଉପନ୍ୟାସରୁ ଫର୍ଦ୍ଦଟିଏ ତୁମେ ରବେ ନୀରବେ (You are in Silence, You are in Muse ❤️❤️) [PS: This is NOT a new series. Just a glimpse. Hope you like it.] ରିଚା ଭାବିଥିଲା ଘରେ ପହଞ୍ଚିଲା ଯାଏଁ ସାର୍ଥକ ସାଙ୍ଗେ ଆଉ ପାଟି ଫିଟେଇବନି। କିନ୍ତୁ ଦଶ ମିନିଟ ଯାଇଛି କି ନାହିଁ ତା ପେଟ ଭୋକରେ ଜୋରରେ କଁକଁ କଲା। ସେ ନିଜ ଘଡି ଦେଖିଲା। […]
କଥା କହେ ଦର୍ପଣ ଲୋ, ପଚାରୁ କାହାକୁ?

ଗପ ହେଲେ ବି ସତ #୬ ବହୁତ ଦିନ ତଳେ ଗପଟିଏ ପଢ଼ିଥିଲି। ଆଜିଯାଏଁ ଭୁଲି ପାରିନି। ଗୋଟିଏ ଝିଅର ଗାଲରେ କଟା ଦାଗଟିଏ। ଲୋକେ ତା ସାଙ୍ଗେ କଥା ହେଲାବେଳକୁ ତାକୁ କମ୍ ଆଉ ତା କଟା ଦାଗକୁ ବେଶୀ ଦେଖନ୍ତି। ଝିଅଟିକୁ ଭଲ ଲାଗେନି। ବହୁତ ଚିନ୍ତା କଲାପରେ ସେ ଗୋଟିଏ ପ୍ଲାଷ୍ଟିକ ସର୍ଜନ ପାଖକୁ ଗଲା। ପ୍ଲାଷ୍ଟିକ ସର୍ଜନ ତା କଟା ଦାଗକୁ ବହୁତ ସମୟ ଧରି ପରୀକ୍ଷା କଲେ। ତାପରେ ତାକୁ […]