ରାକ୍ଷୀ

ଅନଲାଇନ ରାକ୍ଷୀ ଅର୍ଡର ହେଇଗଲା | ଅନଲାଇନ ମିଠା ଚାଲିଗଲା | ରାକ୍ଷୀଦିନ ଭାଇକୁ ଫୋନ ହେଇଗଲା | ଅନଲାଇନ ରାକ୍ଷୀ ଗିଫ୍ଟ ବି ଆସିଗଲା | ଫେସବୁକରେ ଭାଇକୁ ମିସ କରିବାର ଦୁଃଖୀ ମେସେଜଟିଏ ପୋଷ୍ଟ ହେଇଗଲା ଆଉ ତା ସାଙ୍ଗରେ ସାନବେଳର ରାକ୍ଷୀ ଫଟୋଟିଏ | ଜାଣିହଉନି ଏବେ ବେଶୀ ଭଲପାଇବା ଅଛି ନା ସେବେ ବେଶୀ ଭଲପାଇବା ଥିଲା!! ଏବେ ଏତେ ସବୁ କରିକି ବି ହ୍ବାଟସଏପ ଭାଇଭଉଣୀ ଗ୍ରୁପରେ ଖାଲି ଗୁଡ଼ ମର୍ନିଙ୍ଗ ଗୁଡ଼ ନାଇଟ ଛଡା ଆଉ କିଛି ମେସେଜ ଆସେନି | ସେତେବେଳେ ଏସବୁ କିଛି ନ କରି ଦିନକୁ ଦଶଥର ଚୁଟି ଟଣାଟଣି ହଉଥିଲା | ତଥାପି ଜାଣିହଉନି ଏବେ ବେଶୀ ଭଲପାଇବା ଅଛି ନା ସେବେ ବେଶୀ ଭଲପାଇବା ଥିଲା!!

Leave a Reply