ଗପ ହେଲେ ବି ସତ

 

ବହୁତଥର ପାଠକମାନେ କହିଲେଣି ନିଜ ବିଷୟରେ କିଛି ଲେଖନ୍ତୁ। ମୁଁ କହେ ସବୁ ତ ଗପରେ ଲେଖୁଛି। ଆଉ କଣ ଅଧିକାଟା ଲେଖିବି। ହେଲେ ଆଜି ଲେଖୁଚି। ମୋ ବୋଉ ଜଣେ କର୍ମଜୀବୀ ମହିଳା। ସ୍କୁଲରେ ଶିକ୍ଷୟତ୍ରୀ। ମୋର ମନେଅଛି ସାନ ଥିଲାବେଳେ ଆଗେ ଆମେ ସ୍କୁଲରୁ ଫେରୁଥିଲୁ ଆଉ ତାପରେ ବୋଉ ଫେରୁଥିଲେ। ସବୁଦିନ ବୋଉ ଫେରିଲାବେଳକୁ ଆମ ନଜର ରହୁଥିଲା ବୋଉର ବ୍ୟାଗ ଉପରେ। ବୋଉ ଆଜି ଆମ ପାଇଁ କଣ ଆଣିଛନ୍ତି!! ବୋଉ ବି ଆମ ମନ ଜାଣିଲା ଭଳି ସବୁଦିନ ବ୍ୟାଗରେ ଆମପାଇଁ କିଛି ନା କିଛି ଖାଇବା ଜିନିଷ ନେଇକି ଆସୁଥିଲେ। ଠିକ ବାଇଚଢେଇ ତା ଛୁଆଙ୍କ ପାଇଁ ଆହାର ନେଇ ଆସିଲା ଭଳି। ଯୋଉଦିନ କିଛି ଆଣୁ ନଥିଲେ ମନଟା ଦୁଃଖ ହେଇଯାଉଥିଲା। ମୁଁ ଭାବେ ବୋଉ ବି ସବୁଦିନ ଆମପାଇଁ କିଛି ଆଣିବାପାଇଁ ଚାହୁଁଥିବେ କିନ୍ତୁ କିଛି ଅସୁବିଧାବଶଃତ ଆଣିପାରୁନଥିବେ। ଠିକ ସେଇଭଳି ମତେ ଅନୁଭବ ହୁଏ ଯେତେବେଳେ ଏଠି ପାଠକମାନେ କୁହନ୍ତି ଆମେ ସବୁଦିନ ଆପଣଙ୍କ ଗପକୁ ଜଗୁ। ଗପ ଆସିଲେ ମୁହଁରେ ହସ ଖେଳିଯାଏ। ଗପ ନ ଆସିଲେ ମନ ଟିକେ ଦୁଃଖହୁଏ। ମୁଁ ଭାବେ ଲୋକ ତାଙ୍କର ବହୁମୂଲ୍ୟ ସମୟ କାହିଁକି ମୋ ଗପ ଉପରେ ଦଉଛନ୍ତି। ତାଙ୍କ ପାଖରେ ଆଉରି ବହୁତ ବିକଳ୍ପ ଅଛି। ନେଟରେ ପୁରା ଦୁନିଆ ମୁଠିରେ। ବହୁତ ଲୋକ ବି କହିଲେ ଫେସବୁକରେ କାଇଁ ଗପ ପୋଷ୍ଟ କରୁଛନ୍ତି। ପେପରରେ, ମାଗାଜିନରେ ଛପେଇଲେ ଆଉରି ବେଶି ଲୋକ ପଢିବେ। ହୁଏତ ସତ। କିନ୍ତୁ ଯେବେ ଭାବେ ଆଉ ଗପ ପୋଷ୍ଟ କରିବିନି ମତେ ମୋ ନିଜ ଶୁଖିଲା ମୁହଁ ଦିଶିଯାଏ, ଛୋଟବେଳର!! ଯେବେ ବୋଉ ମୋ ପାଇଁ କିଛି ନ ଆଣି ସ୍କୁଲରୁ ଫେରିଥାନ୍ତି। ମୋ ଫେସବୁକ ପେଜରେ ପାଠକଙ୍କ ସାଙ୍ଗେ ଏମିତି ଗୋଟିଏ ସମ୍ପର୍କ ହେଇଯାଇଛି ଲାଗୁଚି ଯେମିତି ଏଇଟା ମୋର ଆଉ ଗୋଟିଏ ଘର, ମୋର ଆଉ ଗୋଟିଏ ପରିବାର। ଆଉ ସେଥିପାଇଁ ଲାଗୁଚି ଯାହା ହେଇଯାଉ ଘରକୁ ଫେରିଲା ବେଳକୁ ମୋ ବ୍ୟାଗ କେବେ ଖାଲି ନ ରହୁ।

ମୁଁ ସାନବେଳୁ ଗୋଟେ ବହିକୀଟ। ମା ଅପା ମାଉସୀ ପିଉସୀ ସବୁ ଗୋଟେ ଗୋଟେ ବହିକୀଟ। ଘରେ ଲାଇବ୍ରେରୀ। ସବୁ ଭାଷାର ବହି। ଜହ୍ନମାମୁଁ, ମୀନାବଜାର, ଶିଶୁରାଇଜ, ଅବୋଲକରା କାହାଣୀ, ଯଦୁମଣି ରହସ୍ୟ, ଆକବର ବୀରବଲ, ଚମ୍ପକ, ବାଲଭାରତୀ, ଶିଶୁସମ୍ରାଟ, ଟିନଟିନ, ସିଂଡ୍ରେଲା, ସ୍ନୋ ହ୍ବାଇଟ, ରାପଞ୍ଜେଲ, ବିଲ୍ଲୁ, ପିଙ୍କି, ଚାଚା ଚୌଧୁରୀ, ନାଗରାଜ, ସୁପର କମାଣ୍ଡୋ ଧ୍ରୁବ ପଢିକି ମୁଁ ବଡ଼ ହେଇଚି। ପଞ୍ଚମ ଶ୍ରେଣୀରେ ଝଙ୍କାର, ସୁଚରିତା ପଢ଼ୁଥିଲି ଆଉ ଷଷ୍ଠ ଶ୍ରେଣୀରେ ଯାଞସେନୀ ପଢିକି ସାରିଥିଲି ତିନିଦିନରେ। ଶନିବାର ଦିନ ପେପରଵାଲା ପ୍ରଜାତନ୍ତ୍ର ସାପ୍ତାହିକୀଆଣି ଘରେ ଦେଲାବେଳକୁ ତାକୁ ଆଗ ପଢିବାପାଇଁ ଅପା ଆଉ ମୋ ଭିତରେ ବାଡିଆବାଡ଼ି ଲାଗିଯାଉଥିଲା। ବାଣୀବିହାରରେ ଇଂରାଜୀରେ ସ୍ନାତକୋତ୍ତର କଲାବେଳକୁ ମୋର ବେଶୀ ସମୟ ଯାଉଥିଲା ଓଡ଼ିଆ ଡିପାଣ୍ଟମେଣ୍ଟରେ ଲାଇବ୍ରେରୀରେ। ବର୍ଷକରେ ସେଠି ପ୍ରାୟ ସବୁ ଓଡ଼ିଆଗପ ଆଉ ଉପନ୍ୟାସବହି ସାରିଦେଇଥିଲି। ତା’ପରେ ଯାଇ ଟାର୍ଗେଟ ଥିଲା ମୋ ଇଂରାଜୀ ଡିପାର୍ଟମେଣ୍ଟ ଲାଇବ୍ରେରୀ। ଗପ ସାଙ୍ଗେ ମୋ ସମ୍ପର୍କ ବହୁତ ପୁରୁଣା। ଖାଲି ଯାହା ଲେଖୁଲେଖୁ ଡେରି ହେଇଗଲା। କିନ୍ତୁ ନାହିଁମାମୁଁ ଠାରୁ କଣା ମାମୁଁ ଭଲ। ମୋ ଭଲ ସାଙ୍ଗ ଆଉ ଲେଖକ ଶ୍ରୀ ପ୍ରଶାନ୍ତ ସାହୁଙ୍କ ବାଧ୍ୟବାଧକତାରେ ଲେଖିଲି ଆଉ ତା’ପରେ ବାକି ସବୁ ଆପଣ ଜାଣନ୍ତି।

ହେଲେ ଆଜି କାହିଁକି ଏ କଥା ସବୁ କହୁଚି?? ଗୋଟିଏ କାରଣ ଅଛି। ମୁଁ ଭାବୁଛି ମୋ ଭଳି ଆପଣ ସମସ୍ତେ ବି ବଡ ହେଇଥିବେ ରଜାପୁଅ, ରାଜାଝିଅ, ବୁଢ଼ୀ ଅସୁରୁଣୀ, ନିଳପରୀ, ମନପବନ ଡଙ୍ଗାକୁ ପଢି କି। ସିଏ ଗୋଟିଏ ଅଲଗା ଦୁନିଆ। ସେଇ ଦୁନିଆରେ ଆମେ ସମସ୍ତେ ଛୋଟପିଲା। ସେଇ ଦୁନିଆରେ ନିତିଦିନିଆ ଜୀବନର ଦୁଃଖକଷ୍ଟ ପାଇଁ ସ୍ଥାନ ନାହିଁ। କେମିତି ହବ ଯଦି ସେଇ ଦୁନିଆକୁ ଆମେ କିଛି ସମୟ ପାଇଁ ଚାଲିଯିବା?? ସେଠି କିଛି ସମୟ ବିତେଇବା?? ଆଉ ସବୁଠୁ ଜରୁରୀ କେମିତି ହବ ଯେବେ ଆମ ପରବର୍ତ୍ତୀ ପିଢୀକୁ ସେଇଟା ପଢେଇବା ଯଉଟା ଆମେ ନିଜେ ପଢି ବଡହେଇଛେ?? ଆଉ ନିଜେ ବି କିଛିସମୟ ପାଇଁ ସେଇଟା ପଢି ଛୋଟପିଲାଟିଏ ହେଇଯିବା?? ସେଥିପାଇଁ ମୁଁ ଆଣୁଚି ସପ୍ତାହକୁ ଗୋଟିଏଥର ଓଡ଼ିଆ ଲୋକକଥା ମୋ ନଜରରୁ, ମୋ କଲମରୁ। ଆପଣଙ୍କ ପ୍ରତିକ୍ରିୟା ଦେଖି ସପ୍ତାହକୁ କେତେଥର ପୋଷ୍ଟ କରିବି ସେଇଟା ଭାବିବି। ବଡ଼ପିଲାଙ୍କ ପାଇଁ ମୋ କୁହୁକ କାହାଣୀ। ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ଏଇଟା ମୋର ଭେଟି ହବ ଓଡ଼ିଆପାଠକଙ୍କ ପାଇଁ। ଆଶାକରେ ଆଜିଯାଏଁ ଯେମିତି ମୋ ଗପଗୁଡିକୁ ଭଲ ପାଇଛନ୍ତି ଆଗକୁ ବି ଭଲପାଇବେ। ଆଜି ପାଇଁ ରହିଲି। ଆଉ କେବେ ଗପିବାକୁ ଇଛା ହେଲେ ପୁଣି ଆସିବି। ସାନଙ୍କୁ ସ୍ନେହ, ସାଙ୍ଗଙ୍କୁ ଶୁଭେଚ୍ଛା, ଗୁରୁଜନଙ୍କୁ ପ୍ରଣାମ।

ଆପଣଙ୍କ ସୁଲଗ୍ନା

14 Replies to “ଗପ ହେଲେ ବି ସତ”

  1. This time no comments, only blessings to bring another revolution in Odiya literature at present juncture of e-literature.
    May God bless the lady called Sulagna.

    1. Thank u very much sir. Need ur blessings 🙂

  2. Soumya mishra says: Reply

    I love everything abt odisha n odia language is very close to my 💞💖 but unfortunately English has became my bread n butter .When i first came to read ur story then i search ur creations .I cnt gv good comments in Odia like others gv u in Twitter,still m ur silent fan .I love all ur creations. Keep going to enrich our culture n great Odia literature.

    1. Thank u so much 🙂

    2. Thank you so much 😊

  3. ANIL KUMAR PRADHAN says: Reply

    MIND IT

  4. ANIL KUMAR PRADHAN says: Reply

    How nice the story! Rember it. {ଭଲ ଗପ}

  5. ANIL KUMAR PRADHAN says: Reply

    :-PB-)

  6. Jyotipragyan Rath says: Reply

    The moment I came across your posts on FB,I webbed in google expecting a blog and finally I got you. your passion for writing is highly impressive and this particular story reminded me my childhood scenario,that innocent mind expecting always something in my mother’s sling bag. Thank you for cropping out that memory.

    1. Thank you 😊

    2. Thank you so much for the wonderful words 😊😊 keep reading 😊

  7. So adorable 😊

  8. Ajaya Ku Sahoo says: Reply

    Madam when I browse some Odia post in Google, I come across your story. Your writing is so beautiful and effective that a true reader will forget time, food & drinks unless your story is not completed. As soon as I read your story, I follow you in Twitter. As I am not using Facebook, kindly share some story in Twitter for me. I’m waiting your story such a way you were waiting for your mother ‘s come back to home from school…..

Leave a Reply