ଉତ୍ତର

ଆଜି ଆମ ତୃତୀୟ ବିବାହବାର୍ଷିକୀ ଥିଲା। ସବୁଥର ଭଳି ରିମା ମତେ ସକାଳୁ ତିନିଥର ମନେ ପକେଇବାସତ୍ତ୍ୱେ ମୁଁ ଅଫିସରେ ବ୍ୟସ୍ତ ରହି ସନ୍ଧ୍ୟା ସୁଦ୍ଧା ଘରକୁ ଫେରିପାରିଲିନିି। ମିଟିଂ ସରୁସରୁ ରାତି ସାଢ଼େଆଠ। ଫୋନରେ ସେତେବେଳକୁ ବାରଟା ମିସ୍ଡ଼ କଲ। ରିମାକୁ ଫୋନ୍ କଲାବେଳକୁ ତା’ ଫୋନ ବନ୍ଦ। ତରତର ହେଇ ଘରକୁ ଫେରିଲି। କଲିଂବେଲର ବି କିଛି ଉତ୍ତର ମିଳିଲାନି। ପକେଟରୁ ଚାବି ବାହାରକରି କବାଟ ଖୋଲିଲି। ରିମା ଘରେ ନାହିଁ। ଠିକ ସେତିକି ବେଳକୁ ମୋ ଫୋନ୍ ବାଜିଉଠିଲା। ରିମାର ସହକର୍ମୀଣୀ ଗୀତୁର ଫୋନ୍। ତା’ଠୁ ଜାଣିଲି ରିମା ରାଗିକି ଘର ଛାଡ଼ି ପଳେଇଛି। ଏବେ ଗୀତୁ ଘରେ ସେ। ରାଗରେ ମୋ ମୁଣ୍ଡଟା ଗୋଳମାଳ ହେଇଗଲା। “କେତେ ପିଲାଳିଆମି ରିମାର। ଥାଉ ସେଠି। କେତେ ଦିନ ରହିବ ରହୁ।” ଭାବିଲି କହିଦେବି ଗୀତୁକୁ। କିନ୍ତୁ ତାକୁ ଏସବୁ କିଛି କହିପାରିଲିନି। ତାକୁ ଆଉ ଟିକିଏ ସମୟ ପରେ ପୁଣି ଫୋନ୍ କରିବି କହି ଫୋନଟାକୁ ଖଟ ଉପରେ ଫୋପାଡ଼ି ଦେଲି। ଗୋଟିଏ ସେକେଣ୍ଡ ଯାଇଛି କି ନାହିଁ ପୁଣି ଫୋନଟା ବାଜି ଉଠିଲା। ବିରକ୍ତ ହେଇ ଉଠେଇଲି। ଦେଖିଲି ବୋଉ ଫୋନ୍ କରିଛି। ସକାଳୁ ତ’ କଥା ହେଇଥିଲି, ଫେର୍ କାଇଁ ଫୋନ୍ କଲା ସେ?? ତାକୁ ଏବେ ପୁଣି କଣ କହିବି?? ଫୋନଟା ଉଠେଇ ହେଲୋ କହିଲି। “ଅଫିସରୁ ଫେରିଲୁଣି??” ଫୋନ୍ ଉଠଉ ଉଠଉ ବୋଉ ପଚାରିଲା। ତା’ପରେ ପଚାରିଲା ରିମା କଥା। ମିଛ କହିଲି ସେ ବାଥରୁମ ରେ ଅଛି ବୋଲି। ତା’ପରେ କଥା ବୁଲେଇବା ପାଇଁ ପଚାରିଲି, “ବାପା କ’ଣ କରୁଛନ୍ତି?? ଆଉ ଜେଜେ”। ବୋଉ ଭାରି କଣ୍ଠରେ କହିଲା, “ଜାଣିଛୁ, ଜେଜେଙ୍କ ଦେହ ଦିନକୁଦିନ ବହୁତ ଖରାପ ହେବାରେ ଲାଗିଛି। ଦେହ ତ ନୁହଁ ତାଙ୍କ ମନ। ଏବେ ଦୁଇଦିନ ହେଲା କଣ କରୁଛନ୍ତି ଜାଣିଛୁ?? ରାତିରେ ଉଠିପଡି ଟର୍ଚ୍ଚ ନେଇ ବାରିପଟ ଦୁଆର ଖୋଲୁୁଛନ୍ତି। ଆଉ ସେଠି ସେଇ ଗଛଲତା ଭିତରେ ତୋ ଜେଜେମାକୁ ଖୋଜୁଛନ୍ତି।” ଏତିକି କହି ବୋଉ ସୁଉଁ ସୁଉଁ ହେଇ କାନ୍ଦିଲା। ଜେଜେମା ଚାଲିଯିବାର ଆଜକୁ ପ୍ରାୟ ଦେଢ଼ମାସ ହେଲା। ରାତିରେ ଶୋଇଥିଲା। ସକାଳୁ ଆଉ ଉଠିଲାନି। ବୋଉ ତା’ପରେ ପୁଣି କଣ୍ଠ ସଫା କରି କହିଲା, “ଜେଜେ ଖାଲି କହୁଛନ୍ତି ମତେ ଛାଡ଼ିଦେଇ ଏମିତି କେମିତି ଚାଲିଗଲା?? କୁଆଡେ ଯାଇ ନଥିବା ମ ସେ। ଏଇଠି କଉଠି ଲୁଚିଥିବ। ଏଇଟା ତା’ର ପୁରୁଣା ଅଭ୍ୟାସ। ରାଗିଗଲେ ଲୁଚିଯାଏ।” ବୋଉ ଆଉରି କ’ଣ କ’ଣ ସବୁ କହୁଥିଲା। ମତେ କିଛି ଶୁଭୁନଥିଲା। କିଛି ସମୟ ପରେ ବୋଉ ଫୋନ୍ ରଖିଦେଲା। ଭାବିଲି, ଚାଲିଗଲା ପରେ ଗୋଟେ ଲୋକ କଥା କଣ ଏତେ ମନେପଡେ?? ଜେଜେମା ଜେଜେବାପାଙ୍କୁ ତ’ ମୁଁ କେବେ ଏକାଠି ବସି କଥା ହେବା ବି ଦେଖିନି। ହେଲେ ବି ଜେଜେ ତାକୁ ଏତେ ଖୋଜୁଛନ୍ତି?? ପାଖରେ ଥିଲାବେଳେ ତାହେଲେ କାହିଁକି ଏତେ ଅବହେଳା?? ଏତେ ଅଣଦେଖା?? ସେଇ ହଜିଯାଇଥିବା ଭଲପାଇବା ଟିକକକୁ ମନେ ପକେଇଦବା ପାଇଁ ଗୋଟେ ଲୋକକୁ ଏତେ ଦୂରକୁ ଚାଲି ଯିବା କ’ଣ ସତରେ ଜରୁରୀ?? ମୁଁ ମୋ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଗାଡି ବାହାର କରି ଷ୍ଟାର୍ଟ କଲି ଗୀତୁଘର ଅଭିମୁଖେ। ଉତ୍ତରଟା ବୋଧେ ସେଇଠି ଥିଲା।

14 Replies to “ଉତ୍ତର”

  1. Yaar.it’s so complicated but perfectly ending 😊

    1. Thank u so much 🙂

  2. Heart touching story…

    1. Thank u so much 🙂

  3. Abhoy Prasad Dash says: Reply

    S0 nice. It’s so real. So emotional… Loved to go through the story repeatedly.
    May maa Saraswati bless you for ever to give us opportunity for reading your stories again and again.

    1. Thanks for thr bful comment 🙂

  4. Ramakanta Mahapatra says: Reply

    “Everyday, she waits for him at the window, as he returns from office. As he removes his dress, she places a hot cup of tea and his pajamas and Punjabi. When she goes inside kitchen, he gets into his evening dress finishes the tea. At the first sounds of stove and kadai from the kitchen, he collects his umbrella and goes out for a game of cards. This happens every day without fail for 20 years.
    Except today. As he returned, the house was silent. There was a note, ” My father has fallen sick. Will be back as soon as possible. Dinner is ready on the stove. Breakfast also kept in the….”
    Suddenly he thought how lonely his wife must be. 20 long years. He returns from Vijay’s place, takes dinner as per routine and drops in bed. Just like that for the last 20 years.
    No more. As he silently entered the kitchen, he resolved,” from today onwards, I will give more time and attention to my wife.”
    Just then the calling Bell chimed. It was his wife. She said,” father had minor stroke. But I thought you will not find anything in kitchen. So I came back.”
    As the sound of stove and Kadai started in the kitchen, he collected his umbrella.
    ” What are you up to?” Asked the wife from kitchen.
    ” Will be back after a game of cards at Vijay’s.”

    Men, the more they resolve, the more they remain the same.
    Ramakant Mahapatra

    1. Beautiful 🙂 Written by you?

  5. Tapas Mohapatra says: Reply

    Heart touching story…..really nice…..

    1. Thanks a lot 🙂

  6. Wow.. Its really beautiful.. 🙂

    1. Thank u so much 🙂

  7. ସତ କଥା, ପାଖରେ ଥିଲେ କି ସବୁଦିନେ କଥା ହେଉଥିଲେ ସେମିତି କେବେ ଲାଗେନି । ହେଲେ ଯେ ସେ ଦୂରେଇଯାଏ ଆଉ ନିତିଦିନ କଥାହେଉଥିବା ଲୋକ ସ‌ହ କଥାହେବା ବନ୍ଦ ହେଇଗଲେ କ’ଣ ଆଉ କେମିତି ହୁଏ, ସେ କଥା କେବେଳ ଅଙ୍ଗେନିଭେଇଥିବା ଲୋକ ହିଁ ଜାଣିଛି । ହଁ କେବେ କେବେ ଏମିତି ବି ଭୁଲ ହେଇଯାଏ ଆଉ ଏମିତି ରାଗରୁଷା ବି ଲାଗିରୁହେ । ହେଲେ ଏଇ ରାଗ ତ’ ସବୁ ଅସୁବିଧାର ମୂଳ । ଜଣା ନାହିଁ ଏଇ ରାଗ କାହିଁକି ଏମିତି ବଢ଼ିବଢ଼ି ଚାଲେ । ରାଗରେ ରୁଷାରେ ବି କେବେ କେବେ କିଛି ଜିନିଷ ଘଟିଯାଇଥାଏ, ହେଲେ ବାରମ୍ବାର ସମାନ ଭୁଲ ହେଲେ କେବେ କେବେ ଏହିଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଥାଏ । ଆଉ ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି କି ସେ ପାଖରେ ଥିଲାବେଳେ, ତା’ ସ‌ହ ଝଗଡ଼ା କରୁ, ତାକୁ ଗାଳି ବି କରୁ ଏମିତି କି ତାକୁ ଦୂରେଇ ଯିବାକୁ କ‌ହୁ । ହେଲେ ସେ ଦୂରେଇଗଲେ କେତେ ଯେ କଷ୍ଟ ହୁଏ ସେଇକଥା କେବେ ବର୍ଣ୍ଣନା କରିହବିନି, ହୁଏତ ଖାଲି ଅନୁଭବ କରିହେବ ।

  8. Ajaya Ku Sahoo says: Reply

    Really; absence of your loved ones let you feel his/her importance in your life….

Leave a Reply