“ଅନେକ” ଏବଂ ଓଡ଼ିଆ ସ୍ୱାଭିମାନ

ଆସନ୍ତା ମେ ୨୭ ତାରିଖରେ ଟି-ସିରିଜ ଦ୍ୱାରା ପ୍ରାୟୋଜିତ ଏବଂ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଦ୍ୱାରା ନିର୍ଦ୍ଦେଶିତ ହିନ୍ଦୀ ସିନେମା “ଅନେକ” ମୁକ୍ତିଲାଭ କରିବାକୁ ଯାଉଛି | ଫିଲ୍ମଟିର  ବିଷୟବସ୍ତୁ ହେଲା ଭାରତର ବିଭିନ୍ନତା ମଧ୍ୟରେ ଥିବା ଏକତା | ଏଣୁ ଗତ ମେ ୮ ତାରିଖରେ “ଅନେକ” ସିନେମାର ଜନସମ୍ପର୍କ ଏବଂ ପ୍ରଚାର ବିଭାଗ ତରଫରୁ ଏକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଛଡା ଯାଇଥିଲା | ସେଇ ଭିଡିଓରେ ଭାରତର ପ୍ରାୟ ସମସ୍ତ […]

ଗଳ୍ପ କଥନ: ଏକ ମରିଯାଉଥିବା ପରମ୍ପରା

ସମଗ୍ର ବିଶ୍ୱର ଅନେକ ସଂସ୍କୃତିରେ ଗୋଟିଏ ବୃଦ୍ଧାଙ୍କ ଛବି ହେଉଛି ଏକ କଥାକାର ବା କାହାଣୀକାରର ସବୁଠାରୁ ଲୋକପ୍ରିୟ ଚିତ୍ର ପ୍ରତୀକ | ଯଦି ଏହାକୁ ଆମ ଭାରତୀୟ ପ୍ରସଙ୍ଗରେ ପ୍ରୟୋଗ କରାଯାଏ ତେବେ ଏହି ବୃଦ୍ଧାଙ୍କ ପ୍ରତୀକ ଭିତରେ ସମସ୍ତେ ନିଜ ଆଈ ବା ଜେଜେମା’ଙ୍କ ପ୍ରତିଛବିକୁ ପାଇପାରିବେ | ଏଇ ଆଈ ବା ଜେଜେମା ମାନେ ସେଇ ଯାଦୁକର ଥିଲେ ଯେଉଁମାନେ ନିଜ ଯାଦୁବାକ୍ସରୁ ବିଭିନ୍ନ ରକମର ପରୀ କାହାଣୀ ବାହାର କରି ମନୋରଞ୍ଜନ […]

ନାରୀ ଓ ସାମାଜିକ ଗଣମାଧ୍ୟମ

ଆଜିର ଶିକ୍ଷିତ ଓ ଆଧୁନିକ ସମାଜରେ ଖାଲି ପୁରୁଷ କାହିଁକି ଏମିତି ବହୁତ କମ ନାରୀ ମିଳିବେ ଯେଉଁମାନେ ସାମାଜିକ ଗଣମାଧ୍ୟମ ବ୍ୟବହାର କରନ୍ତି ନାହିଁ | ଅଧୁନା ସାମାଜିକ ଗଣମାଧ୍ୟମ ମନୁଷ୍ୟ ପାଇଁ ଏକ ବିଳାସ ନୁହେଁ ବରଂ ଏକ ଆବଶ୍ୟକତା ହେଇପଡିଛି | ଏପରିକି ବୟସ୍କା ନାରୀମାନେ ମଧ୍ୟ ସାମାଜିକ ଗଣମାଧ୍ୟମ ଦ୍ୱାରା ନିଜେ ପୁରୁଣା ବନ୍ଧୁମାନଙ୍କ ସହିତ ସଂଯୋଗ ସ୍ଥାପନା କରିବାରେ ସଫଳ ହେଉଛନ୍ତି | ଗତ କିଛି ବର୍ଷରେ ବରିଷ୍ଠ ନାଗରିକମାନେ […]

ଭୁଷ ପଣ୍ଡିତ ରିଅଲିଟି ଶୋ ଜଜ

ଗତବର୍ଷ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେମୁଁ ରଜ କ୍ୱିନ, ରଜ ସୁନ୍ଦରୀ କାର୍ଯ୍ୟକ୍ରମ ଗୁଡିକର ପ୍ରତିଯୋଗୀଙ୍କ ବହୁତ ଟ୍ରୋଲ୍ ଭିଡିଓ ଦେଖିଥିଲି | ଦେଖୁଥିଲି ଯେ ସେଇ ସବୁ ଭିଡିଓ ଲୋକମାନେ ସବୁ ସେଇ ପ୍ରତିଯୋଗୀ ଝିଅଙ୍କ ମୁର୍ଖତା କଥା କହୁଛନ୍ତି ହେଲେ ମୁଁ ଭାବିଲି କାହିଁ କେହି ତ କେବେ ସେଇ କାର୍ଯ୍ୟକ୍ରମ ଗୁଡିକରେ ଜଜ ବା ବିଚାରକ ଥିବା ଲୋକଙ୍କ କଥା କହୁନାହାନ୍ତି | ତେଣୁ ଭାବିଲି ଆମେ ସେଇ ଅଭଦ୍ର ବିଚାରକ ମାନଙ୍କ […]

ହେ ବସନ୍ତ ତୁମେ… ଆସିଗଲା ପରେ

ବସନ୍ତ ପଞ୍ଚମୀର ଦିନ ହେଲା ବୁଦ୍ଧିବିଦ୍ୟା ପ୍ରଦାୟିନୀ ମା’ ସରସ୍ବତୀଙ୍କର ପୂଜାର ଦିନ | ପାଠ ପଢୁଆ ପିଲାମାନେ ମା’ଙ୍କ ପୂଜା କରି ନିଜପାଇଁ ମାଗିନିଅନ୍ତି ଆଶୀର୍ବାଦ | କବି, ଲେଖକ ଓ କଳାକାରମାନେ ମା’ଙ୍କୁ ମାଗି ନିଅନ୍ତି କଳା ଓ ସାହିତ୍ୟର ଆରାଧନା କରିବାପାଇଁ ଶକ୍ତି ଓ ସାଧନ | ଏଇ ଦିନଟି ବସନ୍ତ ଋତୁର ଆଗମନର ସୂଚନା ଦିଏ ଓ ଏଇ ଦିନଟିରେ ସାନପିଲାଙ୍କର ଖଡିଛୁଆଁ ମଧ୍ୟ ହୁଏ | ଭାରତର ଅନେକ ରାଜ୍ୟ […]

ନୂଆ ବହିର ବାସ୍ନା ଓ ବହିମେଳା

ଖବର ଆସିଛି ଯେ ଏଇ ବର୍ଷ ଭୁବନେଶ୍ୱରରେ ହବାକୁ ଥିବା ବହିମେଳାକୁ ସରକାର ବନ୍ଦ କରିଛନ୍ତି | କାରଣ ଅନେକ ଗୁଡିଏ | କିଏ କହୁଛି କୋରୋନା ଏଯାଏଁ ଯାଇନି ବୋଲି | କିଏ କହୁଛି ଏଥର ବହୁତ ଖରା ହବ ବୋଲି | କିଏ କହୁଛି ଏଥର ବର୍ଷା ହବ ବୋଲି ବହିମେଳା ହେଲାନି | ତୋଷାଳୀ ମେଳା ହେଲା | ସବୁ ସିନେମା ଆଉ ମଲ ଖୋଲିଲା | ହେଲେ ସବୁ ଅସୁବିଧା ଏଇ […]

ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କଳାକାର ଅଭାବ: ଏକ ବିଶ୍ଳେଷଣ

ଆଜ୍ଞା ହଁ | ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କଳାକାରଙ୍କ ଅଭାବ | ଆଗରୁ ଲାଗୁଥିଲା ଏଇ ଇଣ୍ଡଷ୍ଟ୍ରିରେ କେବଳ ଭଲ କାହାଣୀର ଅଭାବ | ହେଲେ ନାଁ | ଏବେ ଜଣା ପଡ଼ିଲାଣି ଯେ ଏଇ ଇଣ୍ଡଷ୍ଟ୍ରିରେ ଅଭିନେତା ଓ ଅଭିନେତ୍ରୀଙ୍କର ମଧ୍ୟ ଘୋର ଅଭାବ | ଆପଣ ନିହାତି ଭାବୁଥିବେ ଏ କେମିତି କଥା? ଓଡିଶାରେ ଏତେ ସିନେମା ହଉଚି | ଏତେ ସିରିଏଲ ହଉଚି | ଏତେ ମ୍ୟୁଜିକ ଭିଡିଓ ହଉଚି | ତାହେଲେ […]

ସହଯାତ୍ରୀ

– ତୁ ଯାଉଛୁ? – ହଁ | – ତୁ ତ କହିଥିଲୁ ସବୁଦିନ ପାଇଁ ରହିବୁ ବୋଲି? – ସେତେବେଳେ ଜାଣି ନଥିଲି | – କଣ ଜାଣି ନଥିଲୁ? – ଯେ ମତେ କାଲି କେହି ଜଣେ ଆସି ଏଠୁ ନେଇଯିବ ବୋଲି | – ତାହେଲେ ମୋ ସାଙ୍ଗେ କାଇଁ ଆସୁଥିଲୁ? – ମୁଁ ତୋ ସାଙ୍ଗରେ ଆସୁଥିଲି ନା ତୁ ମୋ ସାଙ୍ଗରେ ଆସୁଥିଲୁ? – ତୁ ଡ଼ରିଲୁ ବୋଲି ମୁଁ […]